ଆରପାରିରେ ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲାବେଳେ ଗତ କାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ । ଦୀର୍ଘ ଦିନ ହେଲା ସେ ଗଳା କର୍କଟରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ କିନ୍ତୁ ସୋମବାର ତାଙ୍କ ଦେହାନ୍ତ ଖବର ସାରା ଓଡିଶା ପାଇଁ ଦୁଃଖଦ ଖବର ପାଲଟିଛି । ସଂଗୀତ ଜଗତରେ ବେଶ ସୁନାମ ଅର୍ଜନ କରିଥିଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ତାଙ୍କର ଅନେକ ଭଜନ ଲୋକଙ୍କ ହୃଦୟକୁ ଛୁଇଁଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପାଇଁ ଅସୀମ ଖ୍ୟାତି ଅର୍ଜନ କରିଥିଲେ । ଥକା ମନ ଚାଲ ଯିବା ଏବଂ ଭଜି ଭଜି ତୋ ନାମ ଚକାନୟନ ଭଳି ଅନେକ ଗୀତ ଗାଇ ଅନେକ ସୁନାମ ଅର୍ଜନ କରିଥିଲେ । ତେବେ ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ।
ଅଧିକ ପଢନ୍ତୁ : ଅନ୍ୟକୁ ସାହାଯ୍ୟ କରିବା ପାଇଁ ଚାଲିଗଲା ଯୁବକଙ୍କ ଜୀବନ