ଅନ୍ୟକୁ ସାହାଯ୍ୟ କରିବା ପାଇଁ ଚାଲିଗଲା ଯୁବକଙ୍କ ଜୀବନ । ମୃତ୍ୟୁ କେତେବେଳେ ଆଉ କେଉଁ ସମୟରେ ଆସିବ ତାହା କେହି ଜାଣିନାହାନ୍ତି । ଜୀବନଟା ହେଉଛି ପାଣି ଫୋଟକା ଭଳି । କିଛି ମୁହୂର୍ତ୍ତ ଭିତରେ ସବୁ କିଛି ପରିବର୍ତ୍ତନ ହୋଇଯାଉଛି । ବୁଢ଼ୀ ମାଉସୀର କଷ୍ଟକୁ ବୁଝିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ ।
ସୂଚନା ଅନୁଯାୟୀ,କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମାଣ୍ଡିଆଗୁଡ଼ା ଗାଁରେ ମୃତ ଯୁବକଙ୍କୁ ତାଙ୍କ ପଡ଼ିଶା ଘର ବୁଢ଼ୀ ମାଉସୀଙ୍କ ଘରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା। ବିଦ୍ୟୁତ ସମସ୍ୟାକୁ ଠିକ କରିବା ପାଇଁ ବୁଢ଼ୀ ମାଉସୀ ଜଣକ ଯୁବକଙ୍କୁ ଡାକିଥିଲେ । ଲାଇନ ଠିକ୍ କରିବା ବେଳେ ହଠାତ୍ ଯୁବକ ଜଣକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗକୁ ଖବର ଜଣାଇଥିଲେ । ଖବର ପାଇ ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲାଇନ କାଟିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ ପଡୋଶୀ। ମୃତ ଯୁବକ ଜଣକ ତାଙ୍କ ୪ ବର୍ଷର ପୁଅ ଓ ସ୍ତ୍ରୀ ସହ ରହୁଥିଲେ । ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ :ବାଇକ୍ ଚୋରି ଘଟଣାରେ ୨ ଅଭିଯୁକ୍ତ ଗିରଫ