ଭୁବନେଶ୍ୱର: ପୁଣି ଥରେ କଥା କହିଛି ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ସୁଦର୍ଶନ ରୁଷିଆନ ଗ୍ରାଣ୍ଡ୍ ମାଷ୍ଟର କପ୍-୨୦୨୬ (Russian Grand Sand Master Cup) ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ଏହି ପୁରସ୍କାର ଜିତିବାରେ ସେ ପ୍ରଥମ ଭାରତୀୟ ।
ରୁଷିଆର କାଲିନିନଗ୍ରାଡରେ ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ମହୋତ୍ସବରେ ଭାରତରୁ ଅଂଶ ଗ୍ରହଣ କରିଥିବା ସୁଦର୍ଶନ ପଟ୍ଟନାୟକ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ଭଳି ବୈଶ୍ୱିକ ସମସ୍ୟାକୁ ନେଇ ବାଲୁକା କଳା ନିର୍ମାଣ କରିଥିଲେ । ଯାହାକୁ ବିଚାରକଙ୍କୁ ବହୁତ ପସନ୍ଦ ଆସିଥିଲା । ସୁଦର୍ଶନ ଏଥିରେ ବିଜୟୀ ହୋଇଛନ୍ତି । ତାଙ୍କ ଦ୍ୱାରା ନିର୍ମିତ କଳାକୃତୀକୁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ପ୍ରତିଷ୍ଠିତ ସମ୍ମାନ ପାଇବାରେ ସେ ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ।
ସୁଦର୍ଶନ ପଟ୍ଟନାୟକ ଏଥିପାଇଁ ଖୁବ ଗର୍ବିତ ବୋଲି କହିଛନ୍ତି । ଏଥିପାଇଁ ସେ ଆୟୋଜକ, ବିଚାରକ ମଣ୍ଡଳୀ ଏବଂ କଳା ଯାତ୍ରାରେ ସମର୍ଥନ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।