କଟକ: ଖୁଣ୍ଟୁଣୀ ନରସିଂହପୁର ୬୫ ନଂ ରାଜ୍ୟ ରାଜପଥର ବନମାଳିପୁର ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଗୋଡି ବୋଝେଇ ହାଇଓ୍ୱାକୁ ବୋଲେରୋ ଗାଡି ଧକ୍କା ଦେଇଛି । ଯାହାଫଳରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଶନିବାର ବୋଲେରୋରେ ବଡ଼ମ୍ବା ଥାନା ଅନ୍ତର୍ଗତ ମୁଗ ଗହୀର ଗ୍ରାମର ଏକ ପରିବାର ମା' ତାରିଣୀଙ୍କ ଦର୍ଶନ କରିବାକୁ ଯାଉଥିଲେ । ବିଳମ୍ବିତ ରାତି ୨ ଟା ସମୟରେ ଖୁଣ୍ଟୁଣୀ ନରସିଂହପୁର ୬୫ ନଂ ରାଜ୍ୟ ରାଜପଥର ବନମାଳିପୁର ଛକ ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଠିଆ ହୋଇ ଥିବା ଏକ ହାଇୱାକୁ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ଗାଡି କ୍ଷତିଗ୍ରସ୍ତ ହେବା ସହ ୫ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଖବର ପାଇ ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବିନ୍ଧାଣୀମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।