ଆଜି ପବିତ୍ର ରାମନବମୀ।ମର୍ଯ୍ୟଦପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି। ଧର୍ମର ପ୍ରତୀକ, ଏକତାର ଆଦର୍ଶ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର। ପବିତ୍ର ରାମନବମୀରେ ରାମମୟ ଚତୁର୍ଦ୍ଦିଗ। ରାମ ନାମ ଧ୍ବନିରେ କମ୍ପୁଛି ମନ୍ଦୀର। ଆଉ ରାମନବମୀ କୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖର। ଏହି ଅବସରରେ ଶ୍ରୀମନ୍ଦିରରେ ରାମ ଜନ୍ମନୀତି ଅନୁଷ୍ଠିତ ହୋଇଛି । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମ ଦେବେ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ପାଇଁ ଅଷ୍ଟମୀ ଦିନ ସଂଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ ଭୋଗ କରାଯାଇ ଗର୍ଭଉଦକ ଦିଆଯାଇଥିଲା । ଏବଂ ଆଜି ଠାକୁରଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ଜନ୍ମନୀତି ଅନୁଷ୍ଠିତ ହେବ । ଓ ୨ ଜଣ ମହାନ ସେବକ ଦଶରଥ ଓ କୈାଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ । ଆଉ ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା , ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।