ବରଗଡ଼: ଶୁକ୍ରବାର ବରଗଡ଼ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ସ୍ୱଚ୍ଛସାଥି । ୫ ଜଣ ସ୍ୱଚ୍ଛସାଥିଙ୍କ ଛଟେଇ କରାଯାଇଥିବା ବିରୋଧରେ ସେମାନେ ଧାରଣାରେ ବସିଥିଲେ ।
ସୂଚନା ଅନୁସାରେ, ସ୍ୱଚ୍ଛସାଥିଙ୍କ ଦରମାବିଳମ୍ବ ହେଉଥିବାରୁ ସେ ପୌରପ୍ରଶାସନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ତାଙ୍କ ଦରମା ବିଳମ୍ବ ହେଉଥିଲା। ଏନେଇ ସ୍ୱଚ୍ଛସାଥି ଓ ଡ୍ରାଇଭର ମାନେ ଏହାର ପ୍ରତିବାଦ କରିଥିଲେ ଯାହାକୁ ନେଇ ୫ ଜଣ ସ୍ୱଚ୍ଛସାଥିଙ୍କୁ ପୌରପରିଷଦ ପକ୍ଷରୁ କାର୍ଯ୍ୟରୁ ଛଟେଇ କରାଯାଇଥିଲା। ତେବେ ପ୍ରତିବାଦ କଲେ ଛଟେଇ କରାଯାଉଥିବା ବେଳେ ଏହାକୁ ନେଇ ବିରୋଧ କରିବା ସହ ଏହାର ସମାଧାନ ପାଇ ଦାବି କରାଯାଇଛି । ସେଥିପାଇଁ ସେମାନେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।