ଭୁବନେଶ୍ୱର: ବର୍ଷା ଆରମ୍ଭ ହୋଇଯାଇଥିବାରୁ ରାଜ୍ୟରେ ଅସୁରକ୍ଷିତ ଅବସ୍ଥାରେ ଥିବା ପୋଲ ଏବଂ କଲଭର୍ଟକୁ ମରାମତି କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତୁରନ୍ତ ବିଭିନ୍ନ ଜିଲ୍ଲାରେ ଅସୁରକ୍ଷିତ ଅବସ୍ଥାରେ ଥିବା ପୋଲର ତାଲିକା ଏବଂ ମରାମତି ପାଇଁ ପ୍ରସ୍ତାବ ଦେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ସିଡିଓ ତଥା ଇଓ ଏବଂ ଜିଲ୍ଲା ପରିଷଦକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ଯେ ବର୍ଷା ଋତୁ ଚାଲୁ ରହିଥିବାରୁ ସମସ୍ତ ଅସୁରକ୍ଷିତ ପୋଲ ଏବଂ କଲଭର୍ଟକୁ ପ୍ରାଥମିକତା ଦେଇ ସମୟ ପୂର୍ବରୁ ମରାମତି କରାଯିବାର ଆବଶ୍ୟକତା ରହିଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ । ତେଣୁ ସମସ୍ତ ଜିଲ୍ଲା ଅଧିକାରୀମାନେ କେଉଁ ସ୍ଥାନରେ ପୋଲ ରହିଛି, ତାର ଗଠନ ଏବଂ ମରାମତି ପାଇଁ ଆବଶ୍ୟକୀୟ ଅର୍ଥର ପ୍ରସ୍ତାବ ଦେବାକୁ ରାଜ୍ୟ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ।