ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ରେ ତାରିଖ ଘୋଷଣା ହେବ ରାଜ୍ୟ ବିଜେପିର ନୂଆ ସଭାପତିଙ୍କ ନାମ । ବିଜେପି ସଂଗଠନ ନିର୍ବାଚନରେ ବୁଥ, ମଣ୍ଡଳ, ଜିଲ୍ଲା ନିର୍ବାଚନ ସରିଛି। ବିଭିନ୍ନ ସଭାପତି କାରଣରୁ ନିର୍ବାଚନ ବନ୍ଦ ଥିଲା। ତେବେ ଆଜି ମତଦାନ ସୂଚୀ ପ୍ରକାଶ ପାଇବ, ଆସନ୍ତା ୩୦ରେ ନାମାଙ୍କନ ପତ୍ର ଦାଖଲ କରାଯିବ । ଆସନ୍ତା ୧ ତାରିଖରେ ମତଦାନ ହେବ ଅପରାହ୍ନରେ ଫଳ ପ୍ରକାଶ ପାଇବ। ଓଡ଼ିଶା ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ସଞ୍ଜୟ ଜୟଶ୍ବାଲଙ୍କ ଉପସ୍ଥିତିରେ ନାଁ ଘୋଷଣା ହେବ। ଏନେଇ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ ଦାୟିତ୍ବ ତୁଲାଉଛନ୍ତି । କିଏ ହେବ ରାଜ୍ୟ ବିଜେପିର ନୂଆ ସଭାପତି ଏହା ଚର୍ଚ୍ଚାର ବିଷୟ ପାଲଟିଛି ।