ପୁରୀ: ଆଜି ଭୋର ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ନିକଟରେ ବଡ଼ ଅଘଟଣ ଘଟିଛି । ପ୍ରବଳ ଭକ୍ତ ଠେଲାପେଲା ହେବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏହି ଦଳାଚକଟା ଘଟଣାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଯାଇଛି । ଚାରକାଠ ବୋଝେଇ ଟ୍ରକ ଭକ୍ତଙ୍କ ଭିଡ ମଧ୍ୟରେ ପଶିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। କେଉଁ କାରଣରୁ ଏତେ ବଡ଼ ଅଘଟଣ ଘଟିଗଲା ତାହା ଜଣାପଡିନାହିଁ । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ । ଫଳରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା ଓ ଦଳାଚକଟାରୁ ଏପରି ଅଘଟଣ ଘଟିଛି ।
ଏହି ଘଟଣାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି।’ ଆକ୍ସନ ଓ ତଦନ୍ତ ନେଇ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । କୌଣସି ନା କୌଣସି ଠାରେ ଅବହେଳା ହୋଇଛି । ଅବହେଳା ଯିଏ କରିଛନ୍ତି ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅବହେଳାଜନିତ କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ପଦକ୍ଷେପ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ । ପୋଲିସ ଥିଲେ ବୋଲି କହୁଛନ୍ତି, ଡିଜିପି ତର୍ଜମା କରୁଛନ୍ତି । ପହଡ଼ ପର୍ଯ୍ୟନ୍ତ ନୀତିକାନ୍ତି ଠିକ୍ ଥିଲା, ପହଡ଼ ଖୋଲିଲା ପରେ ଭିଡ଼ ହେଲା । କିଛି ଲୋକ ବସି ରହିଥିଲେ, ଏଥିପାଇଁ କିଛି ଭକ୍ତ ଝୁଣ୍ଟି ପଡ଼ିଲେ । ୩ ଭକ୍ତଙ୍କର ମୃତ୍ୟୁ ଘଟିଛି, ୬ରୁ ୭ ଜଣ ଆହତ ହୋଇଛନ୍ତି ।
ଉକ୍ତ ଦୁଃଖଦ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, " ଆଜି ଶ୍ରୀକ୍ଷେତ୍ରରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସମୟରେ ଠେଲାପେଲା ଯୋଗୁଁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ମହାପ୍ରଭୁଙ୍କ ନିକଟରେ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମହାପ୍ରଭୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।
ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରଯାଇଛି। ଏଥିସହ ସମସ୍ତ ଆହତ ବ୍ୟକ୍ତିମାନଙ୍କ ଆଶୁଆରୋଗ୍ୟ କାମନା କରୁଛି" ।