ସମ୍ବଲପୁର: ସମ୍ବଲପୁର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ବଲପୁର ଧନୁପାଲି ପୋଲିସ ସହାୟତାରେ ଏକ କାର ସହ ମୋଟ ୩୭ ଗ୍ରାମ ବ୍ରାଉନ ସୁଗାରକୁ ଜବତ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଏକ ମାମଲା ରୁଜୁ କରି ଗିରଫ 4 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ତେବେ ବିଶେଷ ସୁତ୍ରରୁ ଖବର ପାଇବା ପରେ ସମ୍ବଲପୁର ଜେଲ ଛକରେ ଏକ କାର ଗାଡିକୁ ଅଟକାଇ ଯାଞ୍ଚ ବେଳେ ଗାଡିରୁ ବ୍ରାଉନ ସୁଗାର ମିଳିଥିଲା। ଏହି ଘଟଣାରେ ଚିତ୍ତ ରଞ୍ଜନ ମଲ୍ଲିକ,ସୁଶାନ୍ତ ବାରିକ, ହେମନ୍ତ ଦେବତା, ଗିରିଜା ଶଙ୍କର ତ୍ରିପାଠୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।