ଲୋଲକାତା: କୋଲକାତା ଗଣଦୁଷ୍କର୍ମ କେସର ମୁଖ୍ୟ ଅଭିଯୁକ୍ତକୁ ନେଇ ବଡ ଖୁଲାସା ହୋଇଛି । ମୁଖ୍ୟ ଅଭିଯୁକ୍ତ ମୋନୋଜିତ ମିଶ୍ର ଓରଫ ମ୍ୟାଙ୍ଗୋ ସର୍ବଦା ଯୁବତୀମାନଙ୍କୁ କମେଣ୍ଟ ମାରୁଥିଲା । ସେ ପ୍ରତ୍ୟେକ ଯୁବତୀଙ୍କୁ ପଚାରୁଥିଲା ଯେ, କଣ ମୋତେ ବିବାହ କରିବ । ସେ କୌଣସି ମାନସିକ ରୋଗୀଙ୍କ ପରି ସେକ୍ସ ଓ ହିଂସା ପାଇଁ ଆତୁର ରହୁଥିଲା । କେବଳ ଏତିକି ନୁହେଁ ସେ ଯୁବତୀମାନଙ୍କ ଫଟୋକୁ ଅଶ୍ଳୀଳ ଢଙ୍ଗରେ ଏଡିଟ୍ କରି ସାଙ୍ଗମାନଙ୍କୁ ପଠାଉଥିଲା । ମୋନୋଜିତର କଲେଜର ଜୁନିୟର୍ସ ଓ ସହପାଠୀ ଏହାର ଖୁଲାସା କରିଛନ୍ତି । ସୂଚନାଯୋଗ୍ୟ, କୋଲକାତାର ଲ କଲେଜରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ୨୪ ବର୍ଷୀୟ ପୀଡିତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ମୋନୋଜିତ ପଚାରିଥିଲା ଯେ, କଣ ମୋତେ ବିବାହ କରିବ । ପ୍ରଥମ ଥର ନୁହେଁ ମୋନୋଜିତ ଅନେକ ଯୁବତୀଙ୍କୁ ଏମିତି ପ୍ରଶ୍ନ ପଚାରି ଆସିଛି । କଲେଜ କ୍ୟାମ୍ପସରେ ସେ ଅନେକ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଏମିତି ପଶ୍ନ ପଚାରୁଥିଲା । ଛାତ୍ରୀମାନଙ୍କ ଫଟୋ ଏଡିଟ୍ କରି ସାଙ୍ଗ ମାନଙ୍କୁ ପଠାଉଥିଲା । ମହିଳାଙ୍କ ସହ ଅନ୍ତରଗ ସମ୍ବନ୍ଧର ଭିଡିଓ ତିଆରି କରି ସାଙ୍ଗମାନଙ୍କୁ ପଠାଉଥିଲା ।
ମୋନୋଜିତ ବିରୋଧରେ ପୂର୍ବରୁ ମଧ୍ୟ ଦୁର୍ବ୍ୟବହାରର ଅଭିଯୋଗ ରହିଥିଲା । ଦୁର୍ବ୍ୟବହାର, ଯୌନ ଶୋଷଣ, ଶାରୀରିକ ଉତ୍ପୀଡନ ଓ ଅର୍ଥ ଠକେଇକୁ ନେଇ ତା ବିରୋଧରେ ଅନେକ ଅଭିଯୋଗ ରହିଛି । ଏପରିକି ଦଳ ପକ୍ଷରୁ ତାକୁ ଚେତାବନୀ ମିଳି ସାରିଥିଲା । ହେଲେ ସେ କଦାପି ସୁଧୁରି ନ ଥିଲା । ତୃତୀୟ ବର୍ଷର ଜଣେ ଛାତ୍ର କହିଛନ୍ତି ଯେ, କଲେ କର୍ତ୍ତୃପକ୍ଷ ମୋନୋଜିତ ବିଷୟରେ ସବୁ କିଛି ଜାଣିଛନ୍ତି । ଏହା ପରେ ବି ସମସ୍ତେ ତାକୁ ସମର୍ଥନ କରୁଥିଲ । ଯୌନ ଉତ୍ପୀଡନ ନେଇ ପୂର୍ବରୁ କଲେଜରେ ଅଭିଯୋଗ ହୋଇଥିଲା । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ।