କୋଲକାତା: ଶନିବାର କୋଲକାତା ପୋଲିସ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏକ ପାଞ୍ଚ ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛି। ଏସିପି ପ୍ରଦୀପ କୁମାର ଘୋଷାଲଙ୍କ ନେତୃତ୍ୱରେ ଏସଆଇଟି ମାମଲାର ତଦନ୍ତ କରିବ। ଜଣେ ଅଧିକାରୀ କହିଛନ୍ତି, ମାମଲାରେ ପୋଲିସ କଲେଜର ଜଣେ ଗାର୍ଡଙ୍କୁ ଗିରଫ କରିଛି। ଏହା ସହିତ ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି।
ଅଧିକାରୀ କହିଛନ୍ତି, "ପଚରା ଉଚରା ପାଇଁ ଅଟକ ରଖାଯାଇଥିବା ଗାର୍ଡଙ୍କୁ ପରେ ଗିରଫ କରାଯାଇଛି। କାରଣ ଜେରା ସମୟରେ ତାଙ୍କର ଉତ୍ତର ସ୍ପଷ୍ଟ ଲାଗୁ ନ ଥିଲା। CCTV ଫୁଟେଜରୁ ଘଟଣା ସମୟରେ ଗାର୍ଡ କଲେଜରେ ଥିବା ଜଣା ପଡ଼ିଛି।ଗାର୍ଡ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲେ ଏବଂ ପୋଲିସ ଜାଣିବାକୁ ଚେଷ୍ଟା କରୁଛି ଯେ ସେ ସେତେବେଳେ ଡ୍ୟୁଟିରେ ସେ ଏକା ଥିଲେ ନା ଅନ୍ୟ କୌଣସି ଗାର୍ଡ ଥିଲେ।
ଉଲ୍ଲେଖନୀୟ ଯେ ଏହି ଅମାନବୀୟ ଘଟଣା ୨୫ ଜୁନ ତାରିଖ ସନ୍ଧ୍ୟାରେ ଦକ୍ଷିଣ କୋଲକାତା ଆଇନ କଲେଜରେ ଘଟିଥିଲା। ଅଧିକାରୀ କହିଛନ୍ତି, "ଗାର୍ଡ ସ୍ପଷ୍ଟ ଉତ୍ତର ଦେଇ ନଥିଲେ ଯେ ସେ କାହିଁକି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଏବଂ କାହିଁକି ସେ ତିନି ଅଭିଯୁକ୍ତଙ୍କୁ ଅପରାଧ କରିବାରୁ ଅଟକାଇ ନଥିଲେ। ଏହା ସହିତ ତାଙ୍କୁ ଏହା ମଧ୍ୟ ଜଣାଇବାକୁ ପଡିବ ଯେ ସେ କାହିଁକି ଏବଂ କାହାର ନିର୍ଦ୍ଦେଶରେ ତାଙ୍କ କୋଠରୀ ଛାଡିଥିଲେ। ଏହା ଏକ ପ୍ରକାରର ଅପରାଧରେ ସମ୍ପୃକ୍ତି। "
ପୀଡିତା ପୋଲିସକୁ ଲିଖିତ ଅଭିଯୋଗରେ ଅଭିଯୋଗ କରିଛନ୍ତି ଯେ ଗାର୍ଡ ତାଙ୍କୁ ସାହାଯ୍ୟ କରି ନଥିଲେ। ପୀଡିତା କହିଛନ୍ତି ଯେ ୨୫ ଜୁନ ରାତି ପ୍ରାୟ ୭:୩୦ ରୁ ରାତି ୧୦:୩୦ ପର୍ଯ୍ୟନ୍ତ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି। ମାମଲାରେ ସମ୍ପୃକ୍ତ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଥିଲା। କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷାରୁ ଗଣଦୁଷ୍କର୍ମ ହୋଇଥିବା ଜଣା ପଡ଼ିଛି।
୨୪ ବର୍ଷୀୟ ଛାତ୍ର ଜଣକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ କଲେଜ ଯାଇଥିଲେ ଏବଂ କାମ ସରିବା ପରେ ମଧ୍ୟ ତାଙ୍କୁ ୟୁନିଅନ ରୁମରେ ରହିବାକୁ ବାଧ୍ୟ କରାଯାଇଥିଲା। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ପୂର୍ବତନ ଛାତ୍ର ଏବଂ ଅପରାଧିକ ମାମଲା ଲଢୁଥିବା ଓକିଲ ଛାତ୍ରୀ ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ପରେ ଏମିତି ଘୃଣ୍ୟ କାର୍ଯ୍ୟ କରିଥିଲେ। ଘଟଣା ସମୟରେ କଲେଜର ଦୁଇ ବର୍ତ୍ତମାନର ଛାତ୍ର ସେମାନଙ୍କ ମୋବାଇଲ୍ ଫୋନ୍ରେ ଏହି ଦୁଷ୍କର୍ମର ଭିଡିଓ ସୁଟ୍ କରିଥିଲେ।