ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ମଣ୍ଡେଇ ଲୋକ ମହୋତ୍ସବ ମଞ୍ଚ ଉପରେ ରାଜନୈତିକ ବୟାନବାଜି ହୋଇଛି । ବିଜେଡ଼ି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କ ଭାଷଣକୁ ନେଇ ମଞ୍ଚ ନିକଟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
ଗତକାଲି ମଣ୍ଡେଇ ମହୋତ୍ସବର ତୃତୀୟ ସନ୍ଧ୍ୟା ଥିଲା । ମୁଖ୍ୟ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରିବ ନାରାୟଣ ନାଏକ, ସମ୍ମାନୀତ ଅତିଥିଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଲୋକସଭା ସାଂସଦ ବଳଭଦ୍ର ମାଝୀ, ବିଧାୟକ ଗୌରୀଶଙ୍କର ମାଝୀ ଓ ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀ ପ୍ରମୁଖ ଯୋଗ ଦେଇଥିଲେ । ରାନ୍ଧାରୀ କହିଥିଲେ ଅତିଥିଭାବେ ଯୋଗ ଦେଇ ଜିଲ୍ଲା ପ୍ରଶାସନ ତାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି । ଏହା ସହିତ ରନ୍ଧାରୀ ଜଣେ ବାଘ, କାହାକୁ ଡରିବାର ନାହିଁ, ବିଜେପରି ଦଳୀୟ ବୈଠକ ମଣ୍ଡେଇ ନୁହେଁ ବୋଲି କହି କଟାକ୍ଷ କରିଥିଲେ । ଯାହାକୁ ନେଇ ତଳେ ବସିଥିବା ବିଜେପି କର୍ମକର୍ତ୍ତାମାନେ ଉତ୍ତେଜିତ ହୋଇ ମଞ୍ଚ ପାଖକୁ ଆସି ହୋହାଲ୍ଲା କରିଥିଲେ । ବିଲୁଆ ବିଲୁଆ କହି ନାରାବାଜି କରିଥିଲେ । ଏହାରି ମଧ୍ୟରେ ରାନ୍ଧାରୀ ମୁଖ୍ୟ ଅତିଥି ମନ୍ତ୍ରି ରବି ନାଏକ, ଅନ୍ୟ ଅତିଥି ବୃନ୍ଦ ଏବଂ କମିଟି ସଦସ୍ୟମାନେ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା ।
ସେପଟେ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ରାନ୍ଧାରୀଙ୍କ ମନ୍ତବ୍ୟ କଡ଼ା ନିନ୍ଦା କରିଛନ୍ତି । ସେମାନେ ବାଘ ଆମେ କଣ ଛେଳି ବୋଲି ପ୍ରଶ୍ନ କରିଛନ୍ତି । ମଣ୍ଡେଇ ଭଳି ଏକ ଭାଇଚାରାର ମହୋତ୍ସବରେ ରାଜନୈତିକ ପ୍ରସଙ୍ଗ ଉଠାଇବାର ନ ଥିଲା । ଯେଉଁମାନେ ୨୪ ବର୍ଷ ଶାସନ କଲେ ସେମାନେ ୧୭ ମାସର ସରକାରକୁ ପ୍ରଶ୍ନ କରୁଛନ୍ତି । ଆଜି ଭଳି ଦିନରେ ରାଜନୈତିକ ପ୍ରସଙ୍ଗ ଉଠାଇବାର ନ ଥିଲା । ସେମାନେ ଅସହ୍ୟ, ସମ୍ଭାଳି ନପାରିବାରୁ ପ୍ରସଙ୍ଗ ଉଠାଉଛନ୍ତି । ଆମ ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜିବୀତ ରଖିବା ଏବଂ ବିଶ୍ୱ ଦରବାରରେ ତାହାକୁ ପହଁଚାଇବାକୁ ଚେଷ୍ଟା କରିବା ଉଚିତ । ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ପ୍ରୟାସରତ ଏବଂ ଆଗାମୀ ଦିନରେ ନବରଙ୍ଗରପୁର ଜିଲ୍ଲାର ନିଶ୍ଚିତ ବିକାଶଭାବେରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।