ଭଦ୍ରକ : ସାଇବର ଠକେଇ ମାମଲାରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ। ଦିଲ୍ଲୀ ପୋଲିସ ଦୁଇ ଯୁବକଙ୍କୁ ଗିରଫ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଏସପି ମନୋଜ ରାଉତ ।
ଏସପି କହିଛନ୍ତି ଯେ ଦିଲ୍ଲୀ କାର ବ୍ଲାଷ୍ଟ କେସ ସହ ଦୁଇ ଯୁବକ ଙ୍କର କୌଣସି ସମ୍ପର୍କ ନାହିଁ । ସନ୍ତୋଷ ଖଣ୍ଡେଇଙ୍କ ଦୋକାନରୁ ବିନା କାଗଜପତ୍ରରେ କଟକ ଅଞ୍ଚଳର ଜନୈକ ବ୍ୟକ୍ତି ସିମ୍ କିଣି ଥିଲେ । ଏହି ସୀମ୍ ବ୍ୟବହାର କରି ଦିଲ୍ଲୀ ସାହିନ୍ ବାଗ ଅଞ୍ଚଳ ର ଜନୈକ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ୍ କରାଯାଇଥିଲା । ଏହି ଅନଲାଇନ୍ ଠକେଇ ମାମଲାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ପରେ ଜଣକୁ ଜାମିନରେ ଛଡା ଯାଇଛି । ଡିଜିଟାଲ ଆରେଷ୍ଟ କେସରେ ବ୍ୟବହାର ମୋବାଇଲ୍ ନମ୍ୱର୍ ଏହି ଠାରୁ ଯାଇଥିଲା । ଦିଲ୍ଲୀ ବ୍ଲାଷ୍ଟ୍ କେସ ସହ କୌଣସି ସଂପୃକ୍ତି ନାହିଁ ବୋଲି ଦିଲ୍ଲୀ ପୋଲିସ ଭଦ୍ରକ ପୋଲିସ କୁ ସ୍ପଷ୍ଟ ତଥ୍ୟ ଦେଇଛି ବୋଲି ଭଦ୍ରକ ଏସପି କହିଛନ୍ତି ।