ମାଲକାନଗିରିରେ ହଟିଲା କଟକଣା ଏବଂ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା। ଦୀର୍ଘ ୮ ଦିନ ପରେ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଛି। ଗତ ସୋମବାର ସଂଧ୍ୟା ୬ଟାରୁ କଟକଣା ଲାଗୁ ହୋଇଥିଲା। ପର୍ଯ୍ୟାୟ କ୍ରମେ କଟକଣା ୬ ଥର ବୃଦ୍ଧି ହୋଇଥିଲା। ଆଜି ଦିନ ୧୨ଟା ଯାଏଁ ଥିଲା କଟକଣା, ପ୍ରଶାସନ ଆଉ ବୃଦ୍ଧି କଲାନି। ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ହିଂସା ଦେଖା ଦେଇଥିଲା। ଯେଉଁ କାରଣରୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିଲା।
ସୂଚନା ଅନୁଯାୟୀ ମାଲକାନଗିରି ଜିଲା ପୋଟେରୁ ନଦୀ ଡୁଡାମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିିଳିବା ଘଟଣାକୁ ନେଇ ଗତକାଲି ରାଖେଲଗୁଡ଼ା ଓ ଏମ୍ଭି-୨୬ ଗାଁ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏଠାରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ମୁଣ୍ଡବିହୀନ ମୃତଦେୟରେ ଏକ ମାଟି ନିର୍ମିତ ମୁଣ୍ଡ ଲଗାଇ ଅନ୍ତିମ ସଂସ୍କାର କରାଯାଇଥିଲା । ମହିଳାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଏମଭି ୨୬ ଗାଁର ସୁଖରଞ୍ଜନ ମଣ୍ଡଳକୁ ପୁଲିସ ଗିରଫ କରିଥିଲା । ପରେ ମହିଳାଙ୍କ ମୁଣ୍ଡକୁ ନଦୀରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଉତ୍ତେଜନା ଥମିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଇଣ୍ଟରନେଟ୍ କଟକଣା ଜାରି କରାଯାଇଥିଲା ।