ଭୁବନେଶ୍ୱର: ଓଡ଼ିଶା ଲୋକଙ୍କୁ ଆଉ ଭିସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । କାରଣ ଭୁବନେଶ୍ୱରରେ ଖୁବ ଶୀଘ୍ର ଭିସା ଆବେଦନ ପାଇଁ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି । ସୋମବାର ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି ।
ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଂରେ ଗ୍ଲୋବାଲ ଭିସା ଆପ୍ଲିକେସନ୍ ସେଣ୍ଟର୍ ରେ ପ୍ରତିଷ୍ଠା ହେବ । ଏଥିପାଇଁ ଓଡ଼ିଶା ସରକାର ତିନି ହଜାର ବର୍ଗ ଫୁଟ୍ ଜାଗା ଯୋଗାଇଦେବେ । ଏହାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ଭିସା ପାଇଁ ଓଡ଼ିଶାବାସୀଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ରାଜ୍ୟବାସୀ କୋଲକାତା, ନୂଆଦିଲ୍ଲୀ ଏବଂ ହାଇଦ୍ରାବାଦକୁ ଭିସା ଆବେଦନ କରିବାକୁ ଯାଉଥିଲେ ।