ଭୁବନେଶ୍ୱର: ଜିଆରପି କନଷ୍ଟେବଳ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଚେତିଛି ପୋଲିସ ବିଭାଗ । ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ । ପୋଲିସ ମୁଖ୍ୟାଳୟ ଏବଂ ବିଭିନ୍ନ ୟୁନିଟରେ ଅମଲା କାମରେ ନିଯୁକ୍ତ ହୋଇଥିବା ସିପାହୀମାନଙ୍କୁ ନିବୃତ୍ତ କରାଯାଇଛି । ମୂଳ ବାଟାଲିୟନକୁ ଫେରିବାକୁ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି ।
ସଶସ୍ତ୍ର ବାଟାଲିୟନରୁ ଦୀର୍ଘ ଦିନ ଧରି ଡେପୁଟେସନରେ ଆସିଥିବା ସିପାହୀଙ୍କୁ ମୂଳ ବାଟାଲିୟନକୁ ଫେରିବାରୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ତାରିଖ ସୁଦ୍ଧା ଫେରାଇ ଦେବା ପାଇଁ ଡିଜିପି ନିର୍ଦ୍ଦେଶ ଜାରି କରିଛନ୍ତି। ଏଡିଜି, ଆଇଜି, ଡିଆଇଜି ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି।
ଏଠାରେ ଉଲ୍ଲେଖ ଯୋଗ୍ୟ, ମୃତ ସୌମ୍ୟ ଜଣେ ତଥାକଥିତ ଏଡିଜିଙ୍କ ବ୍ୟକ୍ତିଗତ କାମରେ ନିୟୋଜିତ ଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଉକ୍ତ ଏଡିଜେ ତାଙ୍କ ବ୍ୟକ୍ତିଗତ କାମ କରାଇବା ସହିତ ସୌମ୍ୟଙ୍କ ଦ୍ୱାରା ଜିମ୍ ମଧ୍ୟ ଚଳାଉଥିଲେ ବୋଲି ପରିବାର କହିଥିଲା । ଯାହା ପରେ ପୋଲିସ ବିଭାଗ ବିବାଦ ଘେରକୁ ଆସିଯାଇଥିଲା । ସେଥିପାଇଁ ଡିଜିପି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।