କେନ୍ଦୁଝର: ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଏନକାଉଣ୍ଟର । ଏକ ଚୋରି ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି । ସେ ହେଲା ମହମ୍ମଦ ନାଫିସ ।
ଏକ ଚୋରି ମାମଲାରେ ନାଫିସ ଅଭିଯୁକ୍ତ ଥିଲା । ଘଟଣା ପରଠାରୁ ସେ ଫେରାର ହୋଇଯାଇଥିଲା । ବିଭିନ୍ନ ଆଡ଼େ ଚଢ଼ଉ କରି ପୋଲିସ ଝାଡ଼ଖଣ୍ଡ ମଝିଗାଁରୁ ନାଫିସକୁ ଗତକାଲି ଗିରଫ କରି ଓଡ଼ିଶା ଆଣିଥିଲା । ଆଜି ଚୋରି ସାମଗ୍ରୀ ଦେବାକୁ ନାଫିସ ପୋଲିସକୁ କହିଥିଲା । ଏହା ପରେ ନାଫିସକୁ ଧରି ପୋଲିସ ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଯାଇଥିବାବେଳେ ସେଠାରେ ଲଚାଇ ରଖିଥିବା ଏକ ବନ୍ଧୁକରେ ଅଭିଯୁକ୍ତ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା । ପାଲଟା ଜବାବରେ ପୋଲିସ ତାକୁ ଏନକାଉଣ୍ଟର କରିଛି । ତାର ଗୋଡ଼ରେ ଗୁଳି ବାଜିଥିବାବେଳେ ନାଫିସକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାର ଚିକିତ୍ସା ଜାରି ରହିଛି।