କଟକ: ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ୍ ନ ପାଇ କ୍ରିକେଟ ପ୍ରେମୀମାନେ ହତୋତ୍ସାହିତ ହୋଇପଡ଼ିଥିବାବେଳେ ଅନ୍ୟପଟେ କଳ ବଳ କୌଶଳ ଲଗାଇ ଟିକେଟ୍ ହାତେଇଥିବା କିଛି ଦଲାଲ କଳାବଜାରୀ ଆରମ୍ଭ ହୋଇଯାଇଛି । ଟିକେଟ୍ ପାଇଁ ମୂଲଚାଲ ଚାଲିଥିବାବେଳେ କଟକ କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ୫ ଜଣଙ୍କୁ ଅଟକ ରଖାଯାଇଛି ।
ଟିକେଟକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଚଢ଼ା ଦରରେ କିଛି ଲୋକ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଗତକାଲି କ୍ୟାଣ୍ଟେନମେଣ୍ଟ ଥାନା ପୋଲିସ ଜଣକୁ ଧରିଥିଲା । ଆଜି ପୋଲିସ ସାଦା ପୋଷାକରେ କିଛି ଦଲାଲଙ୍କ ସହିତ ଟିକେଟ୍ ପାଇଁ ମୂଲଚାଲ କରିଥିଲା । ୧୧୦୦ ଟଙ୍କାର ଟିକେଟକୁ ୫ ରୁ ୬ ହଜାର ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । କିନ୍ତୁ ସେମାନଙ୍କଠାରୁ ପୋଲିସକୁ ଟିକେଟ୍ ମିଳି ନ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ଅଧିକ ଖବର- ଅଭିନେତା ସୋନୁ ସୁଦଙ୍କ ପାଇଁ ବଢିଲା ଅଡ଼ୁଆ; ସୋନୁଙ୍କ ନାଁରେ ଆସିଲା ଆରେଷ୍ଟ ୱାରେଣ୍ଟ
ଅନ୍ୟପକ୍ଷରେ ଅନଲାଇନର ମଧ୍ୟ ଟିକେଟ୍ ବିକ୍ରି ହେଉଛି । ଓଏଲଏକ୍ସରେ ଟିକେଟ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ୫ ଓ ୬ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ପ୍ରଥମ ଦିନରେ ହିଁ ସବୁ ଟିକେଟ୍ ବିକ୍ରି ହୋଇଯାଇଥିଲା । ଦ୍ୱିତୀୟ ଦିନରେ ମଧ୍ୟ କିଛି ଲୋକ ଟିକେଟ୍ ପାଇବା ଆଶାରେ ଧାଡ଼ି ଲଗାଇଥିଲେ । ମାତ୍ର ପୋଲିସ ସେମାନଙ୍କୁ ଫେରାଇ ଦେବାରୁ ନିରାଶ ହୋଇଥିଲେ ।