ଭୁବନେଶ୍ୱର: ଫେବୃୟାର ୧୦ ତାରିଖରୁ ଟୁଇନ୍ ସିଟିରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ । ଏଥିପାଇଁ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ କରିବ । ଏଥିପାଇଁ ପୋଲିସ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରାଯାଇଛି । ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନ ଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୁଲିସ । ଗାଡିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା । ମୋଟା ଅଙ୍କର ଜରିମାନା ନେଇ ସତର୍କ କରାଇଛି ପୋଲିସ ।
ଅଧିକ ପଢନ୍ତୁ:ତାତିରୁ ମିଳିପାରେ ସାମାନ୍ୟ ମୁକ୍ତି; ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ହାଲୁକା ବର୍ଷା ସହ ହେବ ଘନ କୁହୁଡ଼ି, ସର୍ତକତା ଜାରି କଲା ପାଣିପାଗ ବିଭାଗ
କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ୍ ପୋଲିସ । ପୂର୍ବରୁ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ହେଉଥିଲା । ହେଲେ ଗତ କିଛି ଦିନ ହେବ ସେସବୁ ବନ୍ଦ ରହିଥିଲା । ଏବେ ପୁଣି ଥରେ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଆପଣଙ୍କ ଗାଡିରେ ଯଦି ବିକଟାଳ ହର୍ଣ୍ଣ ରହିଛି କିମ୍ବା କଳା କାଚ ଲାଗିଛି, ତେବେ ତାହା ଶ୍ରୀଘ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ ଜରିମାନା ଗଣିବେ ବୋଲି ସତର୍କ କରିଛି ବିଭାଗ ।