ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଳି ଗାଁର ଜଣାଶୁଣା ସମ୍ବଲପୁରୀ ଆଲବମ କଳାକାର ତଥା ସଂକୀର୍ତ୍ତନ ଗାୟିକା ଜସ୍ମିନ ମାଝୀଙ୍କ ମୃତ୍ୟୁ ଘଟିଛି । ବିଷପାନ କରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଜସ୍ମିନ୍ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ନାମ ସଂକୀର୍ତ୍ତନ କରିବା ସହିତ ସମ୍ବଲପୁରୀ ଗୀତ ଗାୟିବା ଏବଂ ଏକାଧିକ ଆଲବମରେ ଅଭିନୟ କରିଛନ୍ତି । କୌଣସି କାରଣରୁ ଗତ ୨୫ ତାରିଖ ଅପରାହ୍ନରେ ଟାଇଲ୍ ସଫା ପାଇଁ ବ୍ୟବହୃତ ଏସିଡ୍ ପିଇ ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡ଼ି ଥିଲେ । ପ୍ରଥମେ ନିକଟସ୍ଥ ମେଡ଼ିକାଲ ଏବଂ ପରେ ସମ୍ବଲପୁର ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ଜସ୍ମିନ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ଜସ୍ମିନଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶାରେ ତାଙ୍କ ପ୍ରଶାସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।