ସମ୍ବଲପୁର : ବିବାହ ସାରି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବରକନ୍ୟା ସମେତ ୫ଜଣ ଆହତ । ସୂଚନା ଅନୁଯାୟୀ ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରିବା ବେଳେ କୁଚିଣ୍ଡା ଥାନା ଅନ୍ତର୍ଗତ ଯମନକିରା ଥାନା ୫୩ନଂ NH କୁଲୁଣ୍ଡି ନିକଟରେ ବରଯାତ୍ରୀ କାର୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ଫଳରେ ବରକନ୍ୟା ସମେତ ୫ଜଣ ଗୁରୁତର ଭାବେ ଆହତ ହୋଇ ସମ୍ବଲପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।