ଭୁବନେଶ୍ୱର: ରେରାକୁ ନେଇ ଯେଉଁ ରାଜ୍ୟ ଆଇନ ଅଛି ପରସ୍ପର ବିରୋଧୀ ଲାଗୁଛି । ନିର୍ଦ୍ଧିଷ୍ଟ କାମ ପାଇଁ ନିର୍ଦ୍ଧିଷ୍ଟ ଆଇନ ରହିବା କଥା ସେଥିପାଇଁ ପରୀକ୍ଷା ନିରୀକ୍ଷା କରୁଛୁ । ଆବଶ୍ୟକ ପଡିଲେ ଯେଉଁ ଆଇନ ଓଡ଼ିଶାର ଥିଲା ଆଜି ଆବଶ୍ୟକ ନାହିଁ ତାକୁ ସମାପ୍ତ କରିବାକୁ ଚିନ୍ତନ କରାଯାଉଛି । ରେଜିଷ୍ଟ୍ରେସନ ଫି ଦୁଇ ଥର ନ ହୋଇ ଥରେ ହେବ ଏବଂ କେଉଁ ସ୍ତରରେ ହେବ ପରୀକ୍ଷା କରାଯାଉଛି । କୌଣସି ସମୟରେ ସମସ୍ୟା ସମାଧାନ କରିବା ପାଇଁ ବିଗତ ରାଜ୍ୟ ସରକାର ଚେଷ୍ଟା କରିନଥିଲେ । ୨୪ ବର୍ଷରେ ଯେଉଁ ସମସ୍ୟା କରିଛନ୍ତି ସମାଧାନ କରିବା ସମୟ ସାପେକ୍ଷ । ବିଧାନସଭା ଅଧିବେଶନ ସମୟରେ ଆବଶ୍ୟକ ପଡିଲେ ରେରା ଆଇନ ଏବଂ ଓଡ଼ିଶା ଉନ୍ନୟନ ଆଇନକୁ ସଂଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀଙ୍କ ମୁତାବକ, ଜମି ପାର୍ଟ ପ୍ଲଟ, ଫୁଲ ପ୍ଲଟ ହେଉ କିମ୍ବା ପ୍ଳଟିଙ୍ଗ କିମ୍ବା ଆପାର୍ଟମେଣ୍ଟ କରି ବିକ୍ରି ହେଉ ଏସବୁ ବିଷୟରେ ଦୀର୍ଘ ଦଶ ବର୍ଷ ଧରି ଅରାଜକତା ଥିଲା । ବିଭାଗ ବିଭାଗ ଭିତରେ ସମନ୍ୱୟର ଅଭାବ କାରଣରୁ ଅଭାବନୀୟତା ପରିସ୍ଥିତି ସୃଷ୍ଟି ହୋଇଥିଲା । ପଞ୍ଜିକରଣ ବନ୍ଦ ଫଳରେ ଶହ ଶହ କୋଟି ରାଜସ୍ୱ ହାନି ହେଉଛି । ଯେଉଁ ସମସ୍ୟା ଥିଲା 5 ଟି ପର୍ଯ୍ୟାୟରେ ସମାହିତ କରିବା ପାଇଁ ନିଷ୍ପତ୍ତି କରିଛୁ । ରେରାର କାର୍ଯ୍ୟକାରିତାକୁ ନେଇ ପ୍ରଥମ ବିଜ୍ଞପ୍ତି ଆସି ସାରିଛି । ପିଛିଲା ତାରିଖରୁ ଲାଗୁ ହୋଇଥିବା କଟକଣାକୁ ଉଠାଇ ଦିଆଯାଇଛି । ଦ୍ୱିତୀୟରେ ଫ୍ଲାଟ୍ ଓ ପ୍ଲଟ ବିକ୍ରିର ସମସ୍ୟାକୁ ନେଇ ନଗର ଉନ୍ନୟନ ବିଭାଗ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଛି । ଚିଠା ପ୍ରସ୍ତାବ ପ୍ରସ୍ତୁତ ହେଲା ପରେ ଆଇନ ବିଭାଗ ଓ ଆଡ଼ଭୋକେଟ ଜେନେରାଲଙ୍କ ମଧ୍ୟରେ ବୈଠକ କରି ବିଚାର ବିମର୍ଶ କରାଯିବ । ଏହାପରେ ଦ୍ୱିତୀୟ ବିଜ୍ଞପ୍ତି ପ୍ରକାଶ କରାଯିବ ।
୫ ହଜାର ବର୍ଗ ଫୁଟ୍ ପରିସୀମା ଜମିକୁ ଫ୍ଲାଟ୍ ପ୍ଲଟ ଆକାରରେ ବିକ୍ରି କଟକଣା ଉଠିବ । ଯେଉଁମାନେ ପ୍ଲଟ୍ କରି ବିକ୍ରି କରୁଛନ୍ତି ରାସ୍ତା, ନାଳି ଦେଖାଉଥିବାରୁ ସମସ୍ୟା ହେଉଛି, ପ୍ଲଟ କିଣିବା ଲୋକ ପ୍ଲଟ ବିକ୍ରି କଲେ ରାସ୍ତାକୁ ବିକ୍ରି କରିଦେଉଛନ୍ତି । କିନ୍ତୁ ଏବେ ଯେଉଁମାନେ ପ୍ଲଟିଂ କରି ବିକ୍ରି କରିବେ ପ୍ରଥମେ ରାସ୍ତା, ନାଳୀକୁ ପଞ୍ଜିକରଣ କରି ପୌରାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିବେ। ସରକାରଙ୍କ ପାଖକୁ ଆସିଲେ ବିକ୍ରି ହେଇପାରିବ ନାହିଁ ଏବଂ ଏହା ପରେ ପ୍ଲଟ୍ ବିକ୍ରି ଆରମ୍ଭ ହେବ ।
ସେହିପରି ଆପାର୍ଟମେଣ୍ଟ ରେଜିଷ୍ଟେସନକୁ ନେଇ ସମସ୍ୟା ଅଛି । ଏ ନେଇ ନିୟମାବଳୀ ପ୍ରସ୍ତୁତ ହେବ ଯେଉଁଥିରେ ଯେଉଁ ସୁବିଧା ପାଇଁ ପ୍ରତିଶୃତି ଦେଇଥିବେ ବ୍ୟବହାରକାରୀ ତାକୁ ପାଳନ କରିବ । ତେଣୁ ଆବଶ୍ୟକ ପଡିଲେ ବିଧାନସଭା ଅଧିବେଶନ ସମୟରେ ରେରା ଆଇନ ଏବଂ ଓଡ଼ିଶା ଉନ୍ନୟନ ଆଇନକୁ ସଂଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।