ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ପୁଣି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ସୂଚନା ମିଳିଛି । ଏହି ବୈଠକରେ ବିଭିନ୍ନ ମନ୍ତ୍ରିମଣ୍ଡଳ ଓ ଅଧିକାରୀମାନେ ଉପସ୍ଥିତ ରହିବେ ।
ଗତ ୨୨ ତାରିଖରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଦଶଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଯାହା ସବୁ ବର୍ଗର ଲୋକଙ୍କର ବିକାଶ ପାଇଁ ସହାୟକ ହେବ । ଆଉ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଆଗକୁ ପଢ଼ନ୍ତୁ : ସାବଧାନ୍ ଗାଡ଼ି ଚାଳକ; ଫେବୃୟାରୀ ୧୦ରୁ ଆଉ ନାହିଁ ନିସ୍ତାର; ଟୁଇନ୍ ସିଟିରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ବିକଟାଳ ହର୍ଣ୍ଣ ଓ କଳା କାଚ ଥିଲେ ଗଣିବ ମୋଟା ଅଙ୍କର ଜରିମାନା