ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ଏଲୁରୁ ଜିଲ୍ଲାରେ ଏମଆରଆଇ (MRI) ସ୍କାନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଏଲୁରୁର ପଟ୍ଟି କୋଲାଲଙ୍କା ଗାଁର ୬୦ବର୍ଷୀୟ ମହିଳା ରାମା ତୁଳସୀ କିଛି ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ତେଣୁ ତାଙ୍କୁ ଡାଏଲିସିସ୍ କରିବାକୁ ପଡିଲା। ଏହାସହ ତାଙ୍କର ହୃଦ୍ ସମସ୍ୟା ଥିଲା।
ରମା ତୁଳସୀ କୌଣସି ଡାକ୍ତରଙ୍କ ପରାମର୍ଶ ବିନା ଏକ ପେସମେକର ଲଗାଇଥିଲେ, ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ତାଙ୍କର ତିନି ଦିନ ଧରି ପ୍ରବଳ ମୁଣ୍ଡବିନ୍ଧା ହେଉଥିଲା। ମୁଣ୍ଡବିନ୍ଧା ହେତୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଏଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ରମାଙ୍କୁ ପରୀକ୍ଷା କରିଥିବା ଡାକ୍ତରମାନେ ସମସ୍ୟା ଜାଣିବା ପାଇଁ ତାଙ୍କୁ ଏମଆରଆଇ ସ୍କାନ କରିବାକୁ ପରାମର୍ଶ ଦେଇଥିଲେ। ଏମଆରଆଇ ସ୍କାନିଂ ପାଇଁ ଏକ ଘରୋଇ ସ୍କାନିଂ ସେଣ୍ଟରକୁ ତାଙ୍କୁ ଅଣାଯାଇଥିଲା । ତେବେ ସେଠାରେ ସ୍କାନିଂ ସମୟରେ ଯନ୍ତ୍ରଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକ ସନ୍ଦେହ କରିଥିଲେ ଯେ ସ୍କାନିଂ ସେଣ୍ଟର କର୍ମଚାରୀଙ୍କ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି।
ଅଧିକ ପଢନ୍ତୁ: ଛୁଟି ନ ମିଳିବାରୁ ଛୁରାମାଡ଼ କଲେ ସରକାରୀ କର୍ମଚାରୀ; ୪ଜଣ ସହକର୍ମୀଙ୍କୁ ଛୁରାମାଡ଼ କରିବା ପରେ ରକ୍ତଭିଜା ଛୁରୀକୁ ଧରି ରାସ୍ତାରେ ଦୌଡିଲେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ରାମା ତୁଳସୀଙ୍କ ସ୍ୱାମୀ କୋଟେଶ୍ୱର ରାଓ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଆଖି ଆଗରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଯନ୍ତ୍ରଣାଦାୟକ ଥିଲା। ରମାଙ୍କ ସ୍ୱାମୀ କହିଛନ୍ତି ଯେ ସ୍କାନିଂର କିଛି ମିନିଟ୍ ମଧ୍ୟରେ ସେ ଥରିବାକୁ ଲାଗିଲେ, ଯାହା ଯୋଗୁଁ ସେ ତୁରନ୍ତ କର୍ମଚାରୀଙ୍କୁ ଜଣାଇଥିଲେ। ତଥାପି ସେମାନେ ତାଙ୍କୁ ଅଣଦେଖା କଲେ, ମାଇକ୍ରୋଫୋନ୍ ମାଧ୍ୟମରେ କହିଲେ ଯେ ସ୍କାନିଂ ସୟରେ ହଲଚଲ ହେବା ଉଚିତ୍ ନୁହେଁ। ହେଲେ ସେ ସମୟରେ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସ୍କାନିଂ ପରେ ଯେତେବେଳେ ଟେକ୍ନିସିଆନ୍ ଆସି ଯାଞ୍ଚ କଲେ, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।