ବରେଲୀ: ଭଉଣୀର ହତ୍ୟାକାରୀ ତାର ଶାଶୁ ଘର ଲୋକଙ୍କୁ ଯେତେବେଳେ କୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଲେ ସେତେବେଳେ ଭାଇ ଚିତ୍କାର ଚିତ୍କାର କରି କରି କାନ୍ଦି ପକାଇଥିଲେ । ଆଉ କହିଥିଲେ ଆଜି ମୋ ଭଉଣୀକୁ ନ୍ୟାୟ ମିଳିଛି । ଯେଉଁଦିନ ୩ ହତ୍ୟାକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲୁ ଥିବାର ଦେଖିବି ସେଦିନ ଆହୁରି ଖୁସି ମିଳିବ । ସେପଟେ ରାୟ ଶୁଣାଇବାବେଳେ ବିଚାରପତିଙ୍କୁ ଭାବପୂର୍ଣ୍ଣ କବିତା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏଭଳି ଏକ ଭାବପୂର୍ଣ୍ଣ ପରିବେଶରେ ରାୟ ଶୁଣାଇଛନ୍ତି ଉତ୍ତର ପ୍ରଦେଶ ବରେଲୀ କୋର୍ଟ ।
ବରେଲୀ କୋର୍ଟ ଏକ ଯୌତୁକ ଜନିତ ହତ୍ୟା ମାମଲାରେ ରାୟ ଶୁଣାଇ କହିଥିଲେ ଯେ ଯୌତୁକ ମାଗିବା ଜଣେ ମହିଳାଙ୍କୁ ପ୍ରତି ଅପରାଧ ନୁହେଁ ବରଂ ତାଙ୍କ ଘର ଲୋକଙ୍କ ପ୍ରତି ବି ଏହା ଏକ ଅପରାଧ । ଆଉ ଏହି ସମୟରେ କୋର୍ଟ ଏକ ଭାବପୂର୍ଣ୍ଣ କବିତା ପଢ଼ିଥିଲେ । କୋର୍ଟ କହିଥିଲେ,
“ପକେଟରେ ଥିବା କଲମକୁ ଯଦି କେହି ମାଗେ ଆମେ ଦେବାକୁ ସଂକୋଚ କରୁ, ଝିଅବାଲାଙ୍କର କି ସାହସ, ନିଜ କଲିଜାର ଅଂଶକୁ ଦେଇ ଦିଅନ୍ତି ଆଉ କାହାକୁ”...
( ଜେବ୍ ମେଁ ରଖା ପେନ୍ କୋଇ ମାଙ୍ଗ୍ ଲେ ତୋ ହମ୍ ଦେନେ ହିଚକିଚାତେ ହେଁ, ୟେ ବେଟୀ ବାଲେ ଭି କ୍ୟା ଜିଗର ରଖତେ ହେଁ, ଜୋ କଲେଜେ କା ଟୁକଡ଼ା ସୌଂପ ଦେତେ ହେଁ.. )।
କୋର୍ଟ କହିଛନ୍ତି ଯେ ଭବିଷ୍ୟତ ପିଢ଼ି ପାଇଁ ଭଲ ମୂଲ୍ୟବୋଧ ଏବଂ ମାର୍ଗଦର୍ଶନ ପ୍ରତିଷ୍ଠା କରିବା କୋର୍ଟର ଦାୟିତ୍ୱ। ସ୍ୱାମୀ ବିବେକାନନ୍ଦଙ୍କ କଥା ଉଦ୍ଧୃତ କରି ସେ କହିଥିଲେ ଯେ ଏକ ଜାତିର ପ୍ରଗତି ପାଇଁ ସର୍ବୋତ୍ତମ ମାପକାଠି ହେଉଛି ମହିଳାଙ୍କ ପ୍ରତି ଏହାର ଆଚରଣ। ମହିଳା ବିରୋଧୀ ଅପରାଧ କେବଳ ମହିଳାଙ୍କ ଆତ୍ମସମ୍ମାନ ଏବଂ ମର୍ୟ୍ୟାଦାକୁ ପ୍ରଭାବିତ କରେ ନାହିଁ ବରଂ ସାମାଜିକ ବିକାଶର ଗତିରେ ମଧ୍ୟ ବାଧା ସୃଷ୍ଟି କରେ।
ବରେଲୀର ମୁସବ୍ବର ଗାଁରେ ରହି କାମ କରନ୍ତି । ବାପା ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ମୁସବ୍ବର ତିନି ତିନୋଟି ଭଉଣୀଙ୍କର ବିବାହ କରାଇଥିଲେ । ସାନ ଉଭଣୀକୁ ମକସଦ ଅଲ୍ଲୀ ନାମକ ବ୍ୟକ୍ତି ସହିତ ବିବାହ କରାଇଥିଲେ । ବିବାହ ସମୟରେ ପୁଅ ଘର ପକ୍ଷ ମାଗିଥିବା ସମସ୍ତ ଯୌତୁକ ଦେଇଥିଲେ । କିନ୍ତୁ ବିବାହ ପରେ ମକସଦ ଅଲ୍ଲୀ ଏବଂ ତାଙ୍କ ପରିବାର ସବୁବେଳେ ବୁଲେଟ୍ ଗାଡ଼ି ଆଣିବାକୁ ଦାବି କରୁଥିଲେ । ସେମାନେ ଗାଡ଼ି ନ ଦେଇ ପାରିବାରୁ ତାଙ୍କ ଭଉଣୀଙ୍କ ଗଳାକାଟି ହତ୍ୟା କରିଥିଲେ ।
ଯେତେବେଳେ ନ୍ୟାୟପାଳିକା ରାୟ ଶୁଣାଇଥିଲେ, ସେତେବେଳେ ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଆଉ କହିଥିଲେ ମୋ ଭଉଣୀକୁ ଯେତେବେଳେ ଏମାନେ ଗଳା କାଟି ହତ୍ୟା କରିଥିବେ ସେତେବେଳେ ତାକୁ କେତେ କଷ୍ଟ ହୋଇଥିବ । ସେହି କଥା ଯେତେବେଳେ ମୋର ମନେ ପଡ଼ିଯାଏ ମୋ କଲିଜା ଫାଟିଯାଏ । କିନ୍ତୁ ଆଜି ନ୍ୟାୟପାଳିକା ଯେଉଁ ରାୟ ଶୁଣାଇଛନ୍ତି ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛି । ଯେଉଁଦିନ ଫାଶୀ ଖୁଣ୍ଟରେ ସେମାନଙ୍କୁ ଝୁଲିବାର ଦେଖିବି ଆହୁରି ଖୁସି ହେବି ବୋଲି କହିଥିଲେ ମୁସବ୍ବର ।