ଯାଜପୁର: ମାତିଛନ୍ତି ବାଲିଲୁଟେରା । ବିଞ୍ଝାରପୁରରେ ଦିନ ଦ୍ବିପହରରେ ହେଉଛି କୋଟି କୋଟି ଟଙ୍କାର ଚୋରା ବାଲି ଚାଲାଣ । ସବୁ ଜାଣି ଚୁପ୍ ବସିଛି ପ୍ରଶାସନ । ଆଉ ଯିଏ ବିରୋଧ କରିଲା ତାକୁ ହେଲା ମରଣାନ୍ତକ ଆକ୍ରମଣ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏଭଳି ଅଭିଯୋଗ ଆସିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ସହିଦପୁର ପଞ୍ଚାୟତରୁ ।
ସୂଚନା ଅନୁସାରେ ଏସ୍କେ ସାମ୍ସ ତବ୍ରେଜ୍ ଓ ଏସ୍କେ ସିରାଯୁଦ୍ ବାରମ୍ବାର ତହସିଲ ଦାର୍ ଓ ମାଇନିଂ ଡିପାର୍ଟମେଣ୍ଟ ଓ ବିଞ୍ଝାରପୁର ପୋଲିସଙ୍କ ପାଖରେ ଅଭିଯୋଗ କରୁଥିଲେ କି କୋଟି କୋଟି ଟଙ୍କାର ବାଲି ସୟଦପୂରର ବିଭିନ୍ନ ଘାଟରୁ ଚୋରା ଚାଲାଣ ହେଉଛି, କିନ୍ତୁ ପ୍ରଶାସନ ସବୁ ଦେଖି ଆଖି ବନ୍ଦ କରି ବସିଥିଲା, ଯାହାକୁ ନେଇ ଚୋରା ବାଲି ଉଠାଣ କରୁଥିବା ବ୍ୟକ୍ତି ମାନେ ପୂର୍ବ ଶତ୍ରୁତାରୁ ଚୋରା ଚାଲାଣ କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
ସେପଟେ ବିଞ୍ଝାରପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।