ପଞ୍ଜାବ: ଅଭିନେତା ସୋନୁ ସୁଦଙ୍କ ପାଇଁ ବଢିଲା ଅଡ଼ୁଆ । ଖୁବ୍ଶୀଘ୍ର ସେ ଗିରଫ ହୋଇପାରନ୍ତି । ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି ହୋଇଛି । ପଞ୍ଜାବର ଲୁଧିଆନା କୋର୍ଟ ତାଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛି ।
ସୋନୁ ସୁଦଙ୍କ ନାଁରେ ରହିଛି ୧୦ ଲକ୍ଷ ଟଙ୍କାର ଠକେଇ ମାମଲା । ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁ ସୁଦଙ୍କୁ ସମନ ଜାରି କରିଥିଲା । ହେଲେ ଏହା ସ୍ୱତେ ବି ସେ କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ । ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।
ଅଭିନେତାଙ୍କୁ ଗିରଫ କରିବା ଏବଂ ତାଙ୍କୁ କୋର୍ଟରେ ହାଜର କରିବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ ରେ ହେବ।
ଅଧିକ ପଢନ୍ତୁ: ନିର୍ବାଚନ ଫଳାଫଳ ପୂର୍ବରୁ ଆପକୁ ଘାରିଲାଣି ଭୟ; ଚା’ ପିଇବା ବାହାନାରେ ସମସ୍ତ ୭୦ ବିଧାୟକଙ୍କୁ ନେଇ ଜରୁରୀ ବୈଠକ ଡାକିଲେ କେଜ୍ରିୱାଲ