ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ମୃତ୍ୟୁ ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇଦେଇଛି । ଏହି ଘଟଣା ପରେ କିଛି ଲୋକ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ଯ ଦେଇଥିବା ଅଭିଯୋଗ ରେ ଜଣେ ଯୁବକ ଅଟକ ରଖିଛି ଭୋଗରାଇ ଥାନା ପୋଲିସ । ମୃତ ଛାତ୍ରୀଙ୍କ ଭାଇ ଭୋଗରାଇ ଥାନା ରେ ୪ଜଣ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଥିଲେ । ଅଭିଯୋଗ ପରେ ଭୋଗରାଇ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରି ଥିଲା । ଏହା ପରେ ଜଣେ ଯୁବକ କୁ ଅଟକ ରଖି ଅଧିକ ପଚାରା ଉଚୁରା ଜାରି ରଖିଛି । ଅଟକ ଥିବା ଯୁବକ ଜଣକ ଭୋଗରାଇ ଅଞ୍ଚଳର ବୋଲି ଜଣା ପଡିଛି ।
ସୂଚନା ଯୋଗ୍ୟ, ଗତ ଶନିବାର ଛାତ୍ରୀ ସୌମ୍ୟାଶ୍ରୀ ପ୍ରିନ୍ସିପାଲଙ୍କ ଚାମ୍ବର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏମ୍ସରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହା ସବୁଠି ଶୋକର ଛାୟା ଖେଳାଇଦେଇଛି ।