କେନ୍ଦ୍ରାପଡ଼ା: ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ପାଣି ଆସିବା କାରଣରୁ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ, ଯାତାୟାତ ଠପ୍ ହୋଇଯାଇଛି । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ପାଣି ଘେରରେ ରାଜନଗର, ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳର ଅନେକ ଗାଁ ରହୁଥିବାବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି । ବନ୍ୟା ଯୋଗୁଁ ଆଳି ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହେଉଛି । ମାନପୁର-ଗୋବିନ୍ଦପୁର ରାସ୍ତାରେ ୭ଫୁଟ୍ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି । ରାଜନଗର ଅଞ୍ଚଳର ପ୍ରାୟ ୩୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ଡଙ୍ଗାରେ ଯାତାୟତ କରୁଛନ୍ତି । ବନ୍ୟା ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି ଏବଂ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି। ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।
ରାଜ୍ୟରେ ଲଗାଣ ବର୍ଷା ଫଳରେ ନଦୀରେ ବନ୍ୟା ପାଣି ବଢ଼ିବାରେ ଲାଗିଛି । ଫଳରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।