ସମ୍ବଲପୁର : ଜିଏମ୍ ବିଶ୍ବବିଦ୍ଯାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ସହ ଆଜି ଅପରାହ୍ନ ୪ଟାରେ ଆଇସିସି ବସିବ ବୋଲି ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।
ଜାରି ହୋଇଥିବା ମାର୍ଗଦର୍ଶିକାରେ କାର୍ଯ୍ଯକ୍ଷେତ୍ରରେ ପ୍ରଫେସନାଲ ଭ୍ଯାଲୁ, ମୋରାଲ୍ ଭ୍ଯାଲୁ ପାଳନ କରିବା ପାଇଁ କୁହାଯାଇଛି। ପଢୁଥିବା ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ଯବହାର କରିବା ପାଇଁ ନିର୍ଦ୍ଦେଶ ରହିଛି ।
ଏଥିସହ ଛାତ୍ରଛାତ୍ରୀଙ୍କର କୌଣସି ସ୍ତରରେ ଅସୁବିଧା ହେଲେ ବା ସେମାନେ ନିର୍ଯାତନାର ଶିକାର ହେଲେ, ଅବିଳମ୍ବେ ଅଭିଯୋଗ କରିବା ପାଇଁ କୁହାଯାଇଥିବା ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ଯଦି ଅନ୍ଯ ଛାତ୍ରଛାତ୍ରୀଙ୍କ ସହ ଅସଦାଚରଣ ବା ଏମିତି କିଛି ଘଟିଛି ତାର କାଉନସେଲିଂ ଚାଲିଥିବା କୁଳପତି କହିଛନ୍ତି ।