ଭୁବନେଶ୍ୱର: ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଓଡ଼ିଶାରେ ଖୋଲିବ ଆଉ ୫ ନୂଆ ମହିଳା ଏନସିସି ବାଟାଲିଅନ୍ । କ୍ୟାଡେଟ୍ ସଂଖ୍ୟା ୬୩ ହଜାରରୁ ୯୦ ହଜାର କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । କ୍ୟାଡେଟ୍ମାନଙ୍କ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ଖୁବ ଶୀଘ୍ର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବ । ରାଜ୍ୟର ସବୁ ଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଦିଆଯାଇ ସଶକ୍ତ କରାଯିବ । ଏହାଦ୍ୱାରା ବହୁ ଛାତ୍ରୀମାନେ ଉପକୃତ ହୋଇପାରିବେ। ଯାହା ଫଳରେ ଛାତ୍ରୀମାନେ ସଶକ୍ତ ହେବେ। ସେମାନଙ୍କ ମନୋବଳ ଦୃଢ ହେବ । ଛାତ୍ରୀମାନେ କୌଣସି କାର୍ଯ୍ୟ କରିବା ବେଳେ ପଛଘୁଞ୍ଚା ଦେବେନାହିଁ ।