କନ୍ଧମାଳ: ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢ଼ିବାରେ ଲାଗିଛି । ବିଭିନ୍ନ ସମୟରେ ସୁରକ୍ଷାକର୍ମୀମାନେ ସେମାନଙ୍କ ଯୋଜନାକୁ ପଣ୍ଡ ମଧ୍ୟ କରୁଛନ୍ତି । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିବା ସମୟରେ ବିଭିନ୍ନ ମାଓ ସାମଗ୍ରୀ ମଧ୍ୟ ଜବତ କରୁଛନ୍ତି ।
ସୂଚନା ଅନୁସାରେ, ପୁଣି ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ । କନ୍ଧମାଳ ଜିଲ୍ଲା ଗୁମ୍ମା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି କନ୍ଧମାଳ ପୋଲିସ । ସୁରକ୍ଷା ବାହିନୀମାନେ ମାଓବାଦୀଙ୍କ ଯୋଜନକୁ ପଣ୍ଡ କରିବା ପାଇଁ DVF ଓ ବମ୍ବ ଡିସ୍ପୋଜାଲ ସ୍କ୍ଵାଡ୍ ର ମିଳିତ ସହାୟତାରେ ଏକ ଅପରେସନ କରିଥିଲେ । ଯେଉଁଥିରେ ସେମାନଙ୍କୁ ସଫଳତା ମିଳିଛି । ଅପରେସନ ବେଳେ ୬୦୦ ଡେଟୋନେଟର ଏବଂ ଗୋଟିଏ ରିମୋଟ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ ପାଇଁ ମାଓବାଦୀ ବ୍ୟବହାର କରିଥାନ୍ତି । ଯାହାକୁ ସୁରକ୍ଷାକର୍ମୀମାନେ ବିଫଳ କରିଦେଇଛନ୍ତି ।
ମାଓବାଦୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ସୁରକ୍ଷାକର୍ମୀମାନେ ସବୁବେଳେ ସଜାଗ ହୋଇ ରହୁଛନ୍ତି । ସୁରକ୍ଷାକର୍ମୀଙ୍କ ଅପରେସନରେ ଭୟଭୀତ ହୋଇ କିଛି ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଦେଉଛନ୍ତି । ଫଳରେ ମାଓ ଗଡ଼ କମିବାରେ ଲାଗିଛି ।