ରବିବାର ବ୍ରହ୍ମପୁର ଗସ୍ତରେ ଥିବା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଆସି ଦକ୍ଷିଣାଞ୍ଚଳ ପୋଲିସ୍ ରେଞ୍ଜର ନିର୍ବାଚନ ପ୍ରସ୍ତୁତି ଓ ଆଇନ ଶୃଙ୍ଖଳାକୁ ନେଇ ସମୀକ୍ଷା କରିଥିଲେ । ସମ୍ବେଦନଶୀଳ ବୁଥ ସହ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳାକୁ ନେଇ ଆଲୋଚନା କରା ଯାଇଥିଲା । ଏହି ଆଲୋଚନାରେ ଗଞ୍ଜାମ, ବ୍ରହ୍ମପୁର,ଗଜପତି, କନ୍ଧମାଳ, ବୌଦ ଜିଲ୍ଲାର ଏସପି ମାନେ ଯୋଗ ଦେଇଥିଲେ ବୋଲି ଶ୍ରୀ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।