ଓଡିଶାରେ ଗଡ଼ିଲା ୨ୟ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ୍ ରେ ସକାଳ ୧୦ଟା ୧୫ରୁ ଏକ ସଭା ଆରମ୍ଭ ହୋଇଛି । ଏଥୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ତେବେ ଭୁବନେଶ୍ବର ବ୍ୟତୀତ ପୁରୀ, କଟକ, ତାଳଚେର ରୋଡ୍ ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡ଼ା ଏବଂ ରାଉରକେଲା ଷ୍ଟେସନରେ ଦ୍ଵିତୀୟ ବନ୍ଦେ ଭାରତ ଚାଲିବା ନେଇ ଉଦଘାଟନୀ ଉତ୍ସବର ଆୟୋଜନ ହୋଇଛି । ଏସବୁରେ ସ୍ଥାନୀୟ ସାଂସଦ ଓ ବିଧାୟକ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ୯ଟି ବନ୍ଦ ଭାରତ ଏକ୍ସପ୍ରେସ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ୯ଟି ଟ୍ରେନ୍ ରାଜସ୍ଥାନ, ବିହାର, ଓଡ଼ିଶା, ଗୁଜରାଟ, ଚେନ୍ନାଇ ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହୋଇଛି । ଏହାଦ୍ଵାରା ୧୧ଟି ରାଜ୍ୟ ଭିତରେ ଯୋଗାଯୋଗ ବଢିବ।
ଅଧିକ ପଢନ୍ତୁ,ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ