ବରଗଡ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରଡୋଲ ଗାଁର ଶହ ଶହ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ଜିଲ୍ଳା ସଭାପତି ଅଶ୍ବିନି ଶଢଙ୍ଗିଙ୍କ ଅଧ୍ୟକ୍ଷତାରେ ବରଡୋଲ ଅଞ୍ଚଲର କର୍ମୀ ବିଜେପି ଦଳରେ ଯୋଗଦାନ କରିଛନ୍ତି । ତେବେ ଏହି ମିଶ୍ରଣ ପର୍ବରେ ବରିଷ୍ଠ ନେତା ପ୍ରଦୀପ ପୁରୋହିତ, ବିଜେପି ଜିଲ୍ଳା ସଭାପତି ଅଶ୍ବିନି ଶଢଙ୍ଗି ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ତେବେ ଦୀର୍ଘ ଦିନ ଧରି ଅନ୍ୟଦଳରେ ଥିବା କର୍ମୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଜନହିତକାରୀ ଯୋଜନ କିଭଳି ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ସେ ନେଇ ଆଲୋଚନା ହୋଇଛି ବୋଲି କହିଛନ୍ତି ଅଶ୍ବିନି ଶଢଙ୍ଗି ।
ଅଧିକ ପଢନ୍ତୁ : ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି