ପାରଦୀପ: ପାରାଦ୍ୱୀପ ଏକ ବୃହତ ଵନ୍ଦର । ପାରାଦ୍ୱୀପ ଅନେକ ଇତିହାସ ଆମ ପାଇଁ ଏବେ ଅଜଣା । ଏହା ଓଡିଶାର ପ୍ରଗତୀର ମୁଖଶାଳା । ପାରାଦ୍ୱୀପ ଆଜି ଏକ ନମ୍ଵର ସ୍ଥାନ ପାଇଛି । ପାରାଦୀପରେ ବୋଇତ ବନ୍ଦାଣ ଉସ୍ଚବକୁ ଉଦଘାଟନ କରି ଅଭିଭାଷଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ବୋଇତ ବନ୍ଦାଣ ସମାରୋହକୁ ସମ୍ବୋଧନ କରି କହିଛନ୍ତି, ଓଡିଶାର ପ୍ରାଚୀନ ନୌବାଣିଜ୍ୟର ଏକ ସମ୍ପକ । ଵହୁ ବର୍ଷ ଧରି ଵନ୍ଦର ଉତ୍ସଵ ବୋଇତ ବନ୍ଦାଣ ପାଳନ କରିଆସୁଛି । କଳିଙ୍ଗ ସାଧବ ପୁକ ସାତ ଦରିଆ ପାର କରି ବେପାର ବାଣିଜ୍ୟ କରୁଥିଲେ । ଏକ କଳିଙ୍ଗ ସାଧବ ପୁଅ ଲଙ୍ଗର ଖୋଲି ଅମାପ ସାହାସ ଖୋଲି ବେପାର କରୁଥିଲା । ଏହି ଦିନକୁ ମନେପକାଇବା ପାଇଁ ଆଜି ଆମେ ଏହି ଦିବସ ପାଳନ କରୁଛୁ । ପାରାଦ୍ୱୀପ ନାମ ସ୍ମରଣ କଲେ ଇତିହାସ କଥା ମନେ ପଡେ । ପାରାଦ୍ୱୀପର ଅନେକ ଇତିହାସ ଆମ ପାଇଁ ଏବେ ଅଜଣା । ଏହା ଓଡିଶାର ପ୍ରଗତିର ମୁଖଶାଳା । ପାରାଦ୍ୱୀପ ଆଜି ଏକ ନମ୍ଵର ସ୍ଥାନ ପାଇଛି । ପାରାଦ୍ୱୀପ ହେବ ଅର୍ଥନେତିକ ମୁଖଶାଳା ।
ଓଡିଶାରେ ଅନେକ ଖଣିଜ ସମ୍ପଦ ଭରପୁର ହୋଇରହିଛି । ଓଡିଶାରେ ଅନେକ ବନ୍ଦର ଭିତ୍ତିକ ଶିଳ୍ପ ଗଠିଉଠିଵ । ପାରାଦ୍ୱୀପରେ ୨ ଲକ୍ଷ୍ୟ କୋଟି ନିବେଶ ହେବ । ଆଜି ଅଠରବାଙ୍କି ପୋଲ ନିର୍ମାଣ ପାଇଁ ୩୩କୋଟି ଟଙ୍କାରେ ପୋଲ ଉଦଘାଟନ ହୋଇଛି । ଏହି ସରକାର ମାତ୍ର ୫ ମାସର ଅନେକ ଯୋଜନା ସାଧାରଣ ଲୋକମାନଙ୍କ ପାଇଁ କରିଛୁ । ସୁଭଦ୍ରା ଯୋଜନାଠାରୁ ଧାନରେ ଏମଏସପି ୮ଶହ ଟଙ୍କା ଦେବୁ ।
୧୯୩୬ ମସିହା ଓଡିଶା ଏକ ସ୍ଵତନ୍ତ୍ର ପ୍ରଦେଶର ମାନତ୍ୟ ପାଇଲା । ଆମର ଲକ୍ଷ୍ୟ ବିକଶିତ ଓଡିଶା । ଓଡ଼ିଶା ମୁହାଁ ହେବେ ନିବେଶକାରି ବା ପୁଞ୍ଜିପତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଛଅ ଦିନିଆ ସିଙ୍ଗାପୁର ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲିଠାରୁ ଗସ୍ତରେ ବାହାରିବେ । ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସିଙ୍ଗାପୁରରେ ଶିଳ୍ପ ପତି ତଥା ପୁଞ୍ଜି ନିବେଶକାରୀଙ୍କୁ ଭେଟିବେ । ରାଜ୍ୟକୁ କେଉଁ ଭଳି ଶିଳ୍ପ ଓ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ବିନିଯୋଗ କରିବେ ସେଥିପାଇଁ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମତେ ବରିଷ୍ଠ ଅଧିକାରୀ ଗସ୍ତ ସାମିଲ ହେବେ ।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ଜଗତସିଂହପୁର ସଂସାଦ ବିଭୁ ପ୍ରସାଦ ତରାଇ, ପିପିଏଲ ଚେୟାରମ୍ୟାନ ପି ଏଲ ହରନାଦ ସହ ଜିଲ୍ଲାପାଳ ଜେ ସୋନାଲ ଯୋଗଦେଇଥିଲେ ।