ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହେବା ପରେ ବିଜେଡିରେ କୌତୁହଳ ସୃଷ୍ଟି ହୋଇଛି । ବିଧାୟକଙ୍କ ଗିରଫ ପାଇଁ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବିଜେଡ଼ିକୁ କଡ଼ା ଜବାବ ଦେଇଛନ୍ତି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ବିଜେଡ଼ି ସରକାର ବେଳର ଚିଠା ଖୋଲି ଦେଇଛନ୍ତି ଦିଲ୍ଲୀପ ।
ବିଜେପି ମୁଖପାତ୍ର ପ୍ରତାପ ଦେବଙ୍କ ଆରୋପର ଜବାବ ଦେଇ କହିଛନ୍ତି, ଆଇନର ଉର୍ଦ୍ଧ୍ୱରେ କେହି ନୁହଁନ୍ତି, ଆଇନ ତା ବାଟରେ ଯିବ । କିନ୍ତୁ ଯେଉଁ ମାନେ ବ୍ୟସ୍ତ ବ୍ୟଗ୍ର ହୋଇ ପଡ଼ୁଛନ୍ତି ସେମାନଙ୍କ ସରକାର ଥିବା ବେଳେ ସେମାନେ କଣ କରୁଥିଲେ। ଯେତେବେଳେ ମାହାଙ୍ଗା ଡବଲ ମର୍ଡର ବେଳେ ପ୍ରତାପ ଜେନା ମୁଦାଲା ହୋଇଥିବାବେଳେ ପ୍ରତାପ କେଉଁଠି ଥିଲେ । ପ୍ରତାପ ଜେନା, ଅରୁଣ ସାହୁ, ପ୍ରବଣ ବଳବନ୍ତରାୟ, ଶ୍ରୀକାନ୍ତ ସାହୁ, ଦିବ୍ୟ ଶଙ୍କର ମିଶ୍ରଙ୍କ କ୍ଷେତ୍ରରେ କ’ଣ ପଦକ୍ଷେପ ନେଇଥିଲା ବିଜେଡି ସରକାର ।
ବର୍ତ୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି । ନିଜ କାହାଣୀ ନିଜେ କହୁଛନ୍ତି । ରାଜନୀତିକ ଅଭିସନ୍ଧି ରଖି ଜୟ ନାରାୟଣ ମିଶ୍ରଙ୍କ ସମେତ ବିରୋଧୀ ଦଳର ନେତା ମାନଙ୍କ ସହ ସୂଚନା ଅଧିକାର ଯେଉଁମାନେ ଅଭିଯୋଗ ଆଣିଥିଲେ ସେମାନଙ୍କୁ ପୁଲିସ ଦ୍ୱାରା ନିର୍ଯ୍ୟାତନା ଦିଆଯାଉଥିଲା । ବିଜେପି ସରକାର ଲୋକଙ୍କ ସରକାର ,ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରିବେ।
ପ୍ରତାପ ଦେବ କହୁଛନ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଯେଉଁ ଧମକ ଦେଉଛନ୍ତି ସେଥିପାଇଁ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯଦି ପୁଣି ଆଇନ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ବିରୋଧୀ ଦଳ ହିସାବରେ ବି ପୁଣି ଲୋକେ ପ୍ରତ୍ୟାଖ୍ୟାନ କରିବେ ଏବଂ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସେ ପୁଣି ପ୍ରତାପଙ୍କୁ ତାଙ୍କ ଅତୀତକୁ ମନେ ପକାଇ ଦେଇଛନ୍ତି । ନିଜ ରାଜବାଟୀ ନିର୍ମାଣ କରିବାକୁ ବ୍ରାହ୍ମଣୀ ନଦୀରେ ପମ୍ପ ପକାଇ ପାଣି ନେଉଥିଲେ, ତାଙ୍କୁ କିଏ ଅନୁମତି ଦେଇଥିଲା ବୋଲି ପଚାରିଛନ୍ତି ଦିଲ୍ଲୀପ । ନିଜେ ମନ୍ତ୍ରୀ ଥିଲା ଆଇନର ବିରୁଦ୍ଧରେ ଯାଇଥିଲେ ସେ ଆଜି ଆଇନର ପାଠ ପଢ଼ାଉଛନ୍ତି ।
ବାଇଟ୍- ଦିଲ୍ଲୀପ ମଲ୍ଲିକ, ବିଜେପି ରାଜ୍ୟ ମୁଖପାତ୍ର
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତବର୍ଷ ସମ୍ବଲପୁରରେ ଧନୁପାଲି ଆଇଆଇସିଙ୍କ ଧକ୍କା ମାରିବା ମାମଲାରେ ବିଜେପି ବିଧାୟକ ଜୟନାରାୟ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହା ତାଙ୍କୁ ଗରିଫ କରିବାକୁ ବିଜେଡ଼ି ଦାବି କରିବା ସହିତ ବିଜେପି ସରକାରଙ୍କୁ ସମାଲୋଚନା କରିଛି, ଯାହାର ଆଜି କଡ଼ ଗଣ୍ଡା ହିସାବ ଦେଇଛନ୍ତି ଦଳୀୟ ମୁଖପାତ୍ର ।