ଭୁବନେଶ୍ୱର: ପଞ୍ଚାୟତ ଏବଂ ବ୍ଲକ୍ ପୁନର୍ଗଠନକୁ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । ଆଗାମୀ ୨୦୨୬ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ପଞ୍ଚାୟତ ପୁନର୍ଗଠନ ହେବ । ସେହିପରି ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ରାଜା ରାଜୁଡ଼ା ସମୟରେ ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ ମଧ୍ୟ ରହିଛି । ଲୋକଙ୍କ ସୁବିଧା ଓ ବୃହତ ପଞ୍ଚାୟତ ଉନ୍ନତି ଦୃଷ୍ଟିରୁ ପଞ୍ଚାୟତ ପୁନର୍ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତିରାଜ ଆଇନର ପରିସର ମଧ୍ୟରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ସୁଦୃଢ଼ କରିବା ପାଇଁ ରାଜ୍ୟପାଳ ଏକ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟପାଳ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଏ ସମ୍ପର୍କିତ ବିସ୍ତୃତ ଆଲୋଚନା କରିଛନ୍ତି । ପ୍ରସ୍ତାବକୁ ଗ୍ରହଣ କରିଛୁ ଏବଂ ଜିପିଗୁଡ଼ିକୁ ପୁନର୍ଗଠନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ଦ୍ୱାରା ସମସ୍ତ ଯୋଜନା ଲୋକଙ୍କ ପାଖରେ ସୁବିଧାରେ ପହଁଚି ପାରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଶା ବ୍ୟକ୍ତ କରିଛନ୍ତି ।