ଭୁବନେଶ୍ୱର: ରାଜ୍ୟର ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଜନପ୍ରତିନିଧିଙ୍କ ୬ ମାସର ସମ୍ମାନ ରାଶି ମଞ୍ଜୁର କରାଯାଇଛି। ଏଥିପାଇଁ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଛି।
ଏହି ଅର୍ଥ ୨୦୨୬ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ ପିଛିଲା ଭାବେ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଅନୁଯାୟୀ, ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ଏବଂ ନାଏବ ସରପଞ୍ଚମାନେ ମାସିକ ୪ ହଜାର ଟଙ୍କା ସମ୍ମାନ ରାଶି ପାଇବେ।
ଗ୍ରାମ ପଞ୍ଚାୟତ ସ୍ତରରେ ଲୋକଙ୍କ ପ୍ରତିନିଧିତ୍ୱ କରୁଥିବା ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରୁଛି।