ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରଶାସନିକ ସ୍ତରରେ ଆଉ ଏକ ଅଦଳବଦଳ କରି ୩ ଜଣ ବରିଷ୍ଠ OAS ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନଙ୍କୁ ଦୁଇ ଦିନ ମଧ୍ୟରେ ନୂତନ କାର୍ଯ୍ୟସ୍ଥଳରେ ଯୋଗଦେବାକୁ କୁହାଯାଇଛି।
ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ର ମୁଖ୍ୟ ମହାପ୍ରବନ୍ଧକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ (ADM) ଭାବେ ନିଯୁକ୍ତ କରାଯାଇଛି।
ସେହିପରି, କଟକସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ଯୁଗ୍ମ ସଚିବ ବସନ୍ତ କୁମାର ସେଠୀଙ୍କୁ ବ୍ରହ୍ମପୁର ଆଞ୍ଚଳିକ ଶିଳ୍ପ କେନ୍ଦ୍ର (RIC)ର ଆଞ୍ଚଳିକ ପ୍ରବନ୍ଧକ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ, ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ଶରତ ମାଝୀଙ୍କୁ କୋରାପୁଟର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୋଷ୍ଟିଂ ମିଳିଛି।