ଭୁବନେଶ୍ୱର: ବରିଷ୍ଠ ଓଏଏସ ଅଧିକାରୀ ଦେବ ପ୍ରସାଦ ଦାଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି । ସେ ବର୍ତ୍ତମାନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
୨୦୧୮, ମେ’ ୨୮ରେ ଦେବ ପ୍ରସାଦଙ୍କୁ ତତ୍କାଳୀନ ସରକାର ଚାକିରିରୁ ନିଲମ୍ବିତ କରିଥିଲେ । ଶ୍ରୀ ଦାଶ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ବିନା ବିଜ୍ଞପ୍ତିରେ ନିଲମ୍ବନ କରାଯାଇଥିଲା । ନୂଆ ସରକାର ଆସିବା ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଥିଲା । ୨୫ ଜୁଲାଇ, ୨୦୨୪ରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ରାଜ୍ୟ ଅମଲାତନ୍ତ୍ର ଏବଂ ଶାସନ ମଧ୍ୟରେ ଅସହିଷ୍ଣୁତା ତଥା ଅଣ-ଓଡ଼ିଆ ଅଧିକାରୀଙ୍କ ଅଯଥା ପ୍ରଭାବର ଶିକାର ହୋଇଥିବା ସେ ଅଭିଯୋଗ କରିଥିଲେ ।