ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା ୨୦୨୪ର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଚଳିତ ଥର ଝିଅମାନେ ବାଜି ମାରି ନେଇଛନ୍ତି । ସର୍ବଭାରତୀୟ ସ୍ତରରେ ଶକ୍ତି ଦୁବେ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ଵିତୀୟରେ ହର୍ଷିତା ଗୋୟଲ ଓ ଡୋଙ୍ଗ୍ରେ ଅର୍ଚିତ ପରାଗ ତୃତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାର ରିତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି ।
ସେହିପରି ଶାହ ମାର୍ଗି ଚିରାଗ ୪ର୍ଥ, ଆକାଶ ଗର୍ଗ ୫ମ, କୋମଲ କୁନିଆ 6ଷ୍ଠ, ଆୟୁଶି ବଂଶଲ ୭ମରେ ରହିଛନ୍ତି । ରାଜକ୍ରୀଷ୍ଣ ଝା ୮ମ, ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ୧୦ ସ୍ଥାନରେ ରହିଛନ୍ତି ।
ସେହିପରି ଓଡ଼ିଶା ଦେବିକା ପ୍ରିୟଦର୍ଶିନୀ ୯୫ତମ, ଆଦିତ୍ୟ ଆଚାର୍ଯ୍ୟ ୯୬ତମ, ଦୀପ୍ତି ରଂଜନ ପତି ୧୬୪, ରଶ୍ମୀ ପ୍ରଧାନ ୧୭୫, ନୀଳମାଧବ ପ୍ରଧାନ ୧୯୩, ଆଶୁତୋଷ ମିଶ୍ର ୧୯୮ରେ ଓ ଅନୁପ ନାୟକ ୨୧୨ ରାଙ୍କ୍ରେ ରହିଛନ୍ତି ।
ଭୁବନେଶ୍ୱର ରିତିକା ରଥଙ୍କର ଏହା ତୃତୀୟ ଚେଷ୍ଟା ଥିଲା । ସେ ଦ୍ୱାଦଶ ଦିଲ୍ଲୀରୁ ପଢ଼ିଥିବାବେଳେ ମଧ୍ୟ ପ୍ରଦେଶ ଇନ୍ଦୋରରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସେ ବର୍ତ୍ତମାନ ଚେନ୍ନାଇରେ ଏକ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ।