ବଲାଙ୍ଗିର: ବଲାଙ୍ଗିର ବହୁ ଚର୍ଚ୍ଚିତ ବିଷ୍ଣୁମୁଣ୍ଡାର ମନୋଜ ନାଏକ ହତ୍ୟା ମାମଲାର ସିନ ରିକ୍ରିଏସନ କଲା ପୁଲିସ । ଜବତ କଲା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ରକ୍ତଭିଜା ଲୁଗା । ମନୋଜ ନାଏକ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୁ ସେଠ କୁ ପୋଲିସ ଭୁବନେଶ୍ୱରରୁ ଗିରଫ କରିଥିବାବେଳେ ଆଜି ଘଟଣାର ସିନ ରି କ୍ରିଏସନ୍ ପାଇଁ ବିଷ୍ଣୁମୁଣ୍ଡା ଗ୍ରାମରେ ପହଞ୍ଚିଥିଲା । ହତ୍ୟା କରିବା ପରେ ବିଜୁ ଶେଠ୍ ବିଷ୍ଣୁମୁଣ୍ଡା ବନ୍ଧ ରେ ଏକ ଖଜୁରୀ ବୁଦା ତଳେ ଟାଙ୍ଗିଆ ଓ ରକ୍ତଭିଜା ଲୁଗା ଲୁଚାଇ ଫେରାର ମାରିଥିଲା । ଅଭିଯୁକ୍ତ ସେହି ସ୍ଥାନକୁ ନେଇ ତାହା ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ମନୋଜ ଙ୍କୁ ହତ୍ୟା କରିଥିବା ବିଷ୍ଣୁମୁଣ୍ଡାର ବିଜୁ ସେଠ ବୋଲି ପୂର୍ବରୁ ପରିବାର ଲୋକେ ଅଭିଯୋଗ କରିଥିଲେ । ଘଟଣାର ପ୍ରାୟ ସପ୍ତାହେ ପରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ସତ କିନ୍ତୁ ହତ୍ୟା ପଛର କାରଣ ସାମ୍ନାକୁ ଆସିନାହିଁ । ଏନେଇ ପୁଲିସ ଖୁବ୍ ଶୀଘ୍ର ସାମ୍ବାଦିକ ସମ୍ମିଳନୀ କରିପାରେ ବୋଲି ସୂଚନା ମିଳୁଛି ।