ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ପହଲଗାମ୍ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନ ଯାହାକୁ ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଏ, ଏହା ଉପରେ ମଙ୍ଗଳବାର ଅତର୍କିତ ଭାବେ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଗୁଳିମାଡ଼ରେ ଅତି କମରେ ୭ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଆହତଙ୍କ ଭିତରେ ରାଜସ୍ଥାନର କିଛି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ସୂଚନା ମୁତାବକ, ପର୍ଯ୍ୟଟକ ରାଜସ୍ଥାନରୁ ଏଠାକୁ ବୁଲିବାକୁ ଆସିଥିବା ଜଣାପଡ଼ିଛି । ଏହା ଏକ ପର୍ଯ୍ୟଟନ କ୍ଷେତ୍ର ଏବଂ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି, ତେଣୁ ଲୋକମାନେ ଧୀରେ ଧୀରେ ଏହି ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ଆସୁଛନ୍ତି। ତେବେ ମଙ୍ଗଳବାର କିଛି ଅଜଣା ବନ୍ଧୁକଧାରୀମାନେ ଟ୍ରେକିଂ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଆକ୍ରମଣରେ ଦୁଇ ଜଣ ସ୍ଥାନୀୟ ଏବଂ ତିନି ଜଣ ବାହାର ରାଜ୍ୟର ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସେହି ଅଞ୍ଚଳରେ ଗୁଳି ଫୁଟିବାର ଶଦ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଆହତ ହୋଇଥିବା ପର୍ଯ୍ୟଟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣରେ ଅତିକମରେ ୧୦ ଜଣ ଲୋକ ଆହତ ହୋଇଥିବା ଦାବି କରାଯାଉଛି ।
ପ୍ରକୃତରେ, ଗତ କିଛି ମାସ ଧରି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଚାଲିଛି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ଭୟଭୀତ ହୋଇଯାଇଥିବା ବିଶ୍ୱାସ କରାଯାଉଛି। ସେଥିପାଇଁ ସେମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି।
ଅଧିକ ପଢନ୍ତୁ: କର୍ଣ୍ଣାଟକ ପୂର୍ବତନ ଡିଜିପି ଓମ୍ ପ୍ରକାଶ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ଶରୀରର କେଉଁ ସ୍ଥାନରେ ଛୁରୀ ଭୁଷିଲେ ଶୀଘ୍ର ହେବ ମୃତ୍ୟୁ, ଗୁଗୁଲରେ ସର୍ଚ୍ଚ କରୁଥିଲେ ପତ୍ନୀ