ସୁନ୍ଦରଗଡ଼: ପୁଣି ସୁନ୍ଦରଗଡ଼ ଜିଲ୍ଲାରେ ଲଜ୍ଜା । ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏକୋଇଶିଆ ଭୋଜି ଖାଇ ୨ ସାଙ୍ଗଙ୍କ ସହ ନାବାଳିକା ଘରକୁ ଫେରିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଛି । ୩ ଜଣ ଦୁର୍ବୃତ୍ତ ଜଙ୍ଗଲ ମଧ୍ୟକୁ ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆଉ ୨ ଜଣ ସାଙ୍ଗ ଖସି ଦୌଡ଼ି ପଳାଇଥିଲେ । ଗଣଦୁଷ୍କର୍ମ ପରେ ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ପରିବାର ଲୋକ ଖବର ପାଇସାରିବା ପରେ ତଲସରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି କରିଛି ।
ଗତ ରବିବାର ମଧ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାକୁ ବଳାତ୍କାର କରି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଥରେ ନୁହେଁ ବହୁବାର ଏପରି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସୁଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଉଛି ।