ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ କାର୍ଯ୍ୟରତ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ସେ ହେଲେ କୁଳିଆବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନଂ ୩୬ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ । ମତଦାତାଙ୍କ ଗୋପନୀୟତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ପରବର୍ତ୍ତୀ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେହିପରି ନୂଆପଡ଼ାରେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି । କୌଣସି ସ୍ଥାନରୁ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମିଳି ନାହିଁ । ସେହିପରି ମକ୍ ଭୋଟିଂ ବେଳେ ତିନୋଟି ଇଭିଏମରେ ତ୍ରୁଟି ପରିଲିଖିତ ହେବାରୁ ତାକୁ ତୁରନ୍ତ ବଦଳା ଯାଇଛି । ସେହିପରି ଭୋଟିଂ ବେଳେ ୭୬ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଯିବାରୁ ପରିବର୍ତ୍ତନ କରାଯାଇଛି ।
ସେହିପରି ସକାଳ ଆଜି ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ ହୋଇଥିଲା । ସେହିପରି ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟିଂ ମତଦାନ ହୋଇଛି ।