ଭୁବନେଶ୍ୱର: ଓଡ଼ିଶାର ୬ଟି ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଜାରି କରିଛି ନାଉକାଷ୍ଟ ୱାର୍ଣ୍ଣିଂ। ଆସନ୍ତା ୩ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ହେବାର ସମ୍ଭାବନା ରହିଛି।
ସକାଳ ୧୦ଟା ୨୫ରେ ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ, ବରଗଡ଼, ନୂଆପଡ଼ା, ବଲାଙ୍ଗିର ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତର ପ୍ରଭାବ ଦେଖାଦେଇପାରେ।
IMD ପକ୍ଷରୁ ଲୋକଙ୍କୁ ପାଣିପାଗର ପରିବର୍ତ୍ତିତ ସ୍ଥିତି ଉପରେ ନଜର ରଖିବାକୁ ଏବଂ ଅତ୍ୟାବଶ୍ୟକ ନ ହେଲେ ବଜ୍ରପାତ ସମୟରେ ଖୋଲା ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଗଛ ତଳେ ଆଶ୍ରୟ ନେବା, ବିଦ୍ୟୁତ୍ ଖୁଣ୍ଟ ନିକଟରେ ରହିବା ଓ ଜଳାଶୟ ପାଖକୁ ଯିବାରୁ ଦୂରେଇ ରହିବାକୁ କୁହାଯାଇଛି।
ପାଣିପାଗ ବିଭାଗ କହିଛି, ସ୍ଥାନୀୟ ବଜ୍ରଗର୍ଭ ମେଘ ପ୍ରଭାବରେ ଏହି ପାଣିପାଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଯାତ୍ରା କିମ୍ବା ବାହାର କାମ ପୂର୍ବରୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।