ଭୁବନେଶ୍ୱର: ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ। ଜଙ୍ଗଲରେ ଆଉ ଚାଲିବନି ଜଙ୍ଗଲରାଜ। ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ। ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ। ନହେଲେ ଜେସାକୁ ତେସା ନୀତି ଆପଣାଇବ ଓଡିଶା ପୋଲିସ।ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଏଭଳି କଡ଼ା ଚେତାବନୀ ଦେଇଛନ୍ତି।ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍ ପରିଣାମ ଭୋଗିବ। ଏସ୍ଓଜି ଯବାନଙ୍କ ଅପରେଶନର ଭୟଙ୍କର ପରିଣାମ ଭୋଗିବ ବୋଲି ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଡିଜିପି।
କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚ ମାସ ୨୦୨୬ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତା'ର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି। ଏହା ସହ ହତିୟାର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା। କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ।
ଏବେ କନ୍ଧମାଳର ଦାରିଙ୍ଗବାଡ଼ିରେ ଜୋରଦାର ଅପରେଶନ ଚାଲିଛି। ମାଓନେତା ଶୁକ୍ରୁ ଲୁଚିଥିବା ସନ୍ଦେହରେ ଜୋରଦାର ଅପରେଶନ ଚାଲିଛି। ଡେଡ୍ଲାଇନ୍ ପୂର୍ବରୁ ଓଡ଼ିଶା ମାଓବାଦୀ ମୁକ୍ତ ହେବ ବୋଲି ଡିଜିପି ଆଶାବାଦୀ ଅଛନ୍ତି।
ଅଧିକ ପଢନ୍ତୁ: ମାଓବାଦୀଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ମାଓବାଦୀ