ସମ୍ବଲପୁର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲର ତିନି ଜଣିଆ ଖଣ୍ଡପୀଠ ସମ୍ବଲପୁର ଗସ୍ତରେ ଆସିଛନ୍ତି । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ବେଲା ଏମ୍. ତ୍ରିବେଦୀଙ୍କ ଟିମ୍ ଓଡ଼ିଶା ଆସିଛନ୍ତି । ହୀରାକୁଦ ଜଳଭଣ୍ଡାର ଓ ଚିପିଲିମା ପାୱାର ହାଉସର ଜଳ ଭଣ୍ଡାର ଯାଇ ସମୀକ୍ଷା କରିବେ । ଶୁକ୍ରବାର ସମ୍ବଲପୁରରେ ଟ୍ରିବ୍ୟୁନାଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଆଟର୍ଣ୍ଣି ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ।
ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ସମାଧାନ ପାଇଁ ଆଲୋଚନା ହେବା ଦରକାର । ସେତେବେଳେ ନ୍ୟାୟିକ ଜଟିଳତା ସମସ୍ୟାକୁ ଛନ୍ଦି ଦେଇ ଲୋକଙ୍କୁ କହିଲେ ବିଚାରଧୀନ ରହିଛି । ମାମଲା ବିଚାରଧୀନ ରହିଲେ ସମାଧାନ ହୁଏ ନାହିଁ । କିନ୍ତୁ ବର୍ତ୍ତମାନ ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହେବେ । ଏଜି ହିସାବରେ ଦୀର୍ଘ ଦେଢ଼ ବର୍ଷ ହେଲା ସରକାରଙ୍କୁ ପରାମର୍ଶ ଦେଉଛି । ପୁଣି ଥରେ ଓଡ଼ିଶାର ଅନୁରୋଧ କ୍ରମେ ବିଚାରପତି ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଦ୍ୱିତୀୟ ଥର ଓଡ଼ିଶା ଗସ୍ତକୁ ଆସିବାକୁ ରାଜି ହୋଇଛନ୍ତି । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆଲୋଚନା ରହିଛି । ଓଡ଼ିଶାରେ ମହାନଦୀ ଜଳର କିପରି ସବୁବିନିଯୋଗ କରାଯିବ ଏବଂ ଓଡ଼ିଶାକୁ କିଭଳି ଲାଭ ମିଳିବ ତାର ବାଟ ଖୋଲା ଚାଲିଛି । ଏଜି ଜନତାଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ ।ସମାଧାନର ବାଟ ଖୋଜା ଚାଲିଛି । ସେ ନିଜେ ଆଶାବାଦୀ ରହିବା ସହିତ ଜନତାଙ୍କୁ ଆଶାବାଦୀ ରହିବାକୁ ପରାମର୍ଶ ଦେଇଛନ୍ତି ।